ଆସେସ୍‌ ସିରିଜ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା

କେନ୍ଯୁଜ୍: ଆସେସ୍‌ ସିରିଜ କବଜା କଲା ଅଷ୍ଟ୍ରେଲିଆ । ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ । ପଞ୍ଚମ ତଥା ଶେଷ ମ୍ୟାଚରେ ଇଂଲଣ୍ଡକୁ ୧୪୬ ରନର ବଡ଼ ବ୍ୟବଧାନରେ ପରାସ୍ତ କରି ୪-୦ରେ ସିରିଜ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ପୂରା ସିରିଜରେ ଇଂଲଣ୍ଡ ବ୍ୟାଟର ଫେଲ ମାରିଥିଲେ ।

କୌଣସି ଗୋଟିଏ ମ୍ୟାଚରେ କଡ଼ା ଟକ୍କର ଦେଇପାରିନହାନ୍ତି ଇଂଲଣ୍ଡ ଖେଳାଳି । ଅଷ୍ଟ୍ରେଲିଆର ଉଭୟ ବ୍ୟାଟିଂ ଓ ବୋଲିଂ ପ୍ରଭାବୀ ଥିଲା । ଶେଷ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ପ୍ରଥମ ବ୍ୟାଟିଂ କରି ୩୦୩ ରନ କରିଥିଲା । ଜବାବରେ ଇଂଲଣ୍ଡ ମାତ୍ର ୧୮୮ ରନରେ ଅଲଆଉଟ ହୋଇଯାଇଥିଲା ।

ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ମଧ୍ୟ ବଡ଼ ସ୍କୋର କରିବାକୁ ଯାଇ ମାତ୍ର ୧୫୫ ରନରେ ଅଲଆଉଟ ହୋଇଯାଇଥିଲା । ପ୍ରଥମ ଇନିଂସରେ କମ ସ୍କୋର କରିଥିବାରୁ ଇଂଲଣ୍ଡକୁ ବଡ଼ ଟାର୍ଗେଟ ମିଳିଥିଲା । କିନ୍ତୁ ଦ୍ୱିତୀୟ ଇନିଂସରେ ଦଳ ମାତ୍ର ୧୨୪ରନରେ ଅଲଆଉଟ ହୋଇଯାଇଛି । ଅଷ୍ଟ୍ରେଲିଆ ବ୍ୟାଟର ଟ୍ରେବିସ ହେଡଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଓ ସିରିଜ ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.