ରଙ୍ଗବତୀ ଗୀତର ଗୀତିକାର ତଥା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ, ବୁର୍ଲା ମେଡିକାଲରେ ହେଲେ ଭର୍ତ୍ତି

ସମ୍ବଲପୁର(କେନ୍ୟୁଜ୍):  ରଙ୍ଗବତୀ ଗୀତର ଗୀତିକାର ତଥା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ । ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ହସପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ସମ୍ବଲପୁର ଜିଲ୍ଲାପାଳ ଓ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି ।

mitrabhanu gountia

ମିତ୍ରଭାନୁ ଜଣେ ସାଧାରଣ ମଣିଷର ଜୀବନଧାରା,ନିତିଦିନିଆ ଚଳଣି ଓ ସାମାଜିକ ପରମ୍ପରାକୁ ନେଇ ଅନେକ ସମ୍ବଲପୁରୀ ଗୀତ ଓ ଗୀତିନାଟ୍ୟ ରଚନା କରିଛନ୍ତି । ୨୦୨୦ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ୍‌ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.