କିଟରେ ଚାଲିଥିବା ମହିଳା ଇଷ୍ଟ ଜୋନ୍‌ ଇଣ୍ଟର ୟୁନିଭରସିଟି ଫୁଟବଲ ଚମ୍ପିଅନସିପ ଉଦଯାପିତ: ଚାମ୍ପିଅନ୍‌ ହେଲା ବିଦ୍ୟାସାଗର ୟୁନିଭରସିଟି

କେନ୍ୟୁଜ୍(ବ୍ୟୁରୋ):  କିଟ୍‌ ବିଶ୍ୱବିଦ୍ୟାଳୟରେ ଚାଲିଥିବା ମହିଳା ଇଷ୍ଟ ଜୋନ୍‌ ଇଣ୍ଟର ୟୁନିଭରସିଟି ଫୁଟବଲ ଚମ୍ପିଅନସିପ ଉଦଯାପିତ ହୋଇଛି । ଚାମ୍ପିଅନ୍‌ ହୋଇଛି ବିଦ୍ୟାସାଗର ୟୁନିଭରସିଟି । କିଟ୍‌ ବିଶ୍ୱବିଦ୍ୟାଳୟ ୩ଟି ମ୍ୟାଚରୁ ଗୋଟିଏରେ ବିଜୟ,ଗୋଟିଏ ଡ୍ର ସହ ରନର୍ସ ଅଫ୍‌ ହୋଇଛି । ସେହିଭଳି ଗୋଟିଏ ମ୍ୟାଚ୍‌ ଜିତି ତୃତୀୟ ସ୍ଥାନରେ ରହିଛି ଉତ୍କଳ ୟୁନିଭରସିଟି । ଚତୁର୍ଥ ସ୍ଥାନରେ ୟୁନିଭରସିଟି ଅଫ କୋଲକାତା ଅଛି ।

ଦେଶର ମୋଟ ୨୩ଟି ୟୁନିଭରସିଟିରୁ ଖେଳାଳିମାନେ ଏହି ଚମ୍ପିୟାନସିପ୍‌ରେ ଯୋଗ ଦେଇଥିଲେ । ଉଦଯାପନୀ ଉତ୍ସବରେ କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଶିକ୍ଷା ସହ କ୍ରୀଡାକୁ ପ୍ରଧ୍ୟାନ୍ୟ ଦେବା ପାଇଁ ପ୍ରତିଷ୍ଠାତା ସର୍ବଦା ଗୁରୁତ୍ୱାରୋପ କରିଆସିଛନ୍ତି । କିସ୍‌ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ. ପ୍ରଶାନ୍ତ କୁମାର ରାଉତରାୟ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.