ପହଣ୍ଡିରେ ଆସି ରଥରେ ବିରାଜମାନ ହେଲେ ପ୍ରଭୁ ବଳଭଦ୍ର

ପୁରୀ(କେନ୍ଯୁଜ୍): ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ବଡ଼ ଭାଇ ପ୍ରଭୁ ବଳଭଦ୍ର ପହଣ୍ଡିରେ ଆସି ରଥରେ ବିରାଜମାନ କରିଛନ୍ତି । କୋଭିଡ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ସମସ୍ତ ନୀତିକାନ୍ତି ସମୟ ପୂର୍ବରୁ ସମାପନ ହେଉଛି । ବଡ଼ ଭାଇ ପ୍ରଭୁ ବଳଭଦ୍ର ପଛେ ପଛେ ପହଣ୍ଡି ବିଜେରେ ରଥ ଅଭିମୁଖେ ଆସୁଛନ୍ତି ଯୋଗମାୟା ମା ସୁଭଦ୍ରା ।

ଅନ୍ଯପଟେ ବିନା ଭକ୍ତରେ ବଡଦାଣ୍ଡରେ ଏଥର ଗଡିବ ରଥ । କିଛି ଘଣ୍ଟାପରେ ମହାପ୍ରଭୁଙ୍କ ରଥକୁ ଟାଣିନେବେ ସେବାୟତ । କରୋନା କଟକଣା ଯୋଗୁଁ ବଡଦାଣ୍ଡକୁ ଭକ୍ତଙ୍କୁ ମନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.