ଭୁବନେଶ୍ବର: ଦବିଲା ପଳାଶୁଣି ଫ୍ଲାଏଓଭର, ଗାଡ଼ି ଚଳାଚଳ ହେଲା ବନ୍ଦ

ରାଜଧାନୀ ଉପକଣ୍ଠ ପଳାଶୁଣି ଫ୍ଲାଏ ଓଭର ଅଚାନକ ଦବି ଯାଇଛି। ଯାହା ଫଳରେ ୧୬ ନମ୍ବର ଜାତୀୟ ରାଜପଥରେ ଗାଡିଚଳାଚଳ ବନ୍ଦ ରହିଛି। ଫ୍ଲାଏ ଓଭରଟି  କିଛି ଦିନ ତିଆରି ହୋଇଥିବାରୁ  ଏହା କେଉଁ କାରଣରୁ ଦବିଲା ତାହା ଜଣା ପଡିନାହିଁ ।  କିଛି ବିପଦର ଆଶଙ୍କା ଥିବାରୁ ଫ୍ଲାଏଓଭର ଦେଇ ଯାଆସ କରିବାକୁ ବାରଣ କରାଯାଇଛି।

OVERBRIDGE-2ଘଟଣା ସ୍ଥଳରେ ପୋଲିସ ପହଞ୍ଚ ଗାଡି ମୋଟରୁ ବନ୍ଦ କରିଛି। ଏହି ଫ୍ଲାଏ ଓଭର ଦବିବା ଘଟଣାକୁ ନେଇ ନିୟମିତ କଟକ ଭୁବନେଶ୍ବର ଯାତ୍ରା କରୁଥିବା  ଯାତ୍ରୀମାନେ ଆତଙ୍କିତ ହୋଇପଡିଛନ୍ତି ।