Below header

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବୃକ୍ଷ ରୋପଣ, ଗୋଟିଏ ଘଣ୍ଟାରେ ଲଗାଇଲେ ୧ ଲକ୍ଷ ଗଛ

ଗୋଟିଏ ଘଣ୍ଟାରେ ଏକ ଲକ୍ଷ ଗଛ ଲଗାଇ ରେକର୍ଡ ସୃଷ୍ଟି କରିଛି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ । ସହର ଉପକଣ୍ଠରେ ଥିବା ଝିଙ୍କି ଟିକ୍ରା ପଡ଼ିଆରେ ସମୂହ ବୃକ୍ଷ ରୋପଣ କରାଯାଇଛି । ପ୍ରଶାସନର ଉଦ୍ୟମରେ ଜିଲ୍ଲା ନ୍ୟାୟିକ ବିଭାଗ, ଜଙ୍ଗଲ ବିଭାଗ ଓ ସାମାଜିକ ଅନୁଷ୍ଠାନ ସହଯୋଗରେ ଚାରା ରୋପଣ କରାଯାଇଛି । କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ନ୍ୟାୟମୂର୍ତ୍ତି ଚିତ୍ତରଞ୍ଜନ ଦାଶ ଓ ଜିଲ୍ଲାପାଳ ମନୀଷା ବାନାର୍ଜୀ ଗଛ ଲଗାଇଥିଲେ । ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ ।
କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଲୋକେ ସାମିଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.