ମୋଦିଙ୍କ ବିଦେଶ ଗସ୍ତର ପ୍ରଭାବ, ବନ୍ଦୀ ଥିବା ୨୫୦ ଭାରତୀୟଙ୍କ ମୁକ୍ତ କଲେ ବାହାରିନ ସରକାର

ବାହରିନ୍ ଜେଲରେ ଅଟକ ଥିବା ୨୫୦ ଭାରତୀୟଙ୍କୁ ମୁକ୍ତ କରିଛନ୍ତି ବାହରିନ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାହରିନ୍ ରାଜା ସଲମନ ବିନ୍ ହାମିଦଙ୍କ ମଧ୍ୟରେ ଆଲୋଚନା ପରେ ବାହାରିନ୍ ସରକାର ଏହି ନିଷ୍ପତ୍ତି ନେଇଛି। ଏଥିପାଇଁ ବାହରିନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦୀ ।
In a kind and humanitarian gesture, the Government of Bahrain has pardoned 250 Indians serving sentences in Bahrain.
PM @narendramodi thanks the Bahrain Government for the Royal Pardon.
— PMO India (@PMOIndia) August 25, 2019
ତେବେ ବିଭିନ୍ନ ଦେଶର ଜେଲରେ ୮ହଜାର ୧୮୯ ଜଣ ଭାରତୀୟ ଅଟକ ଥିବା ବୈଦେଶିକ ବ୍ୟାପର ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡଛି। ଏଥିରେ ସାଉଦି ଆରବିୟା ଜେଲରେ ସର୍ବାଧିକ ୧୮ଶହ ୧୧ ଜଣ ଭାରତୀୟ ଅଟକ ଅଛନ୍ତି। ସେହିପରି ୟୁଏଇ ଜେଲରେ ୧୩ଶହ ୯୨ଜଣ ଭାରୀୟତୀୟ ଅଟକ ଥିବା ଜଣାପଡିଛି। କିନ୍ତୁ ଗଲ୍ଫ ଦେଶର ବିଭିନ୍ନ ଜେଲରେ କେତେ ଜଣ ଭାରତୀୟ ଅଟକ ଅଛନ୍ତି, ସେ ସଂପର୍କରେ ସବିଶେଷ ଜଣାପଡିନି। ତେବେ ବାହରିନ୍ ଜେଲରୁ ୨୫୦ ଜଣ ଭାରତୀୟ ମୁକ୍ତ ହେବା ଖୁସି ଖବର ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।