କଶ୍ମୀର ସ୍ଥିତିକୁ ନେଇ ବୟାନବାଜି ଜାରି, ଶ୍ରୀନଗର ବିମାନବନ୍ଦରରୁ ରାହୁଲ ଫେରିବା ପରେ ମୋଦି ସରକାରଙ୍କୁ ପ୍ରିୟଙ୍କାଙ୍କ ଟାର୍ଗେଟ୍‌

ଜାମ୍ମୁ-କାଶ୍ମୀରର ସ୍ଥିତିକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ୧୦ଟି ଦଳର ନେତା କାଶ୍ମୀର ଗସ୍ତରେ ଯାଇ ବିମାନବନ୍ଦରରୁ ଫେରିବା ପରେ ପ୍ରିୟଙ୍କା ଗାନ୍ଧୀ ଟ୍ଵିଟ୍‌ କରି କେନ୍ଦ୍ର ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି। କହିଛନ୍ତି, କାଶ୍ମୀରରେ ଗଣତନ୍ତ୍ରର ହତ୍ୟା ହୋଇଛି। କାଶ୍ମୀରରେ ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଉଲ୍ଲଂଘନ ହୋଇଛି। ଏହାଠାରୁ ଆଉ ଅଧିକ ଦେଶ ବିରୋଧୀ କାର୍ଯ୍ୟ ଆଉ କଣ ହୋଇପାରେ ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି।

ଏହା ବିରୋଧରେ ସମସ୍ତେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ ବୋଲି ସେ ଆହ୍ଵାନ ଦେଇଛନ୍ତି। ଏଥିସହ ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ୍‌ ମଧ୍ୟ ଛାଡିଛନ୍ତି। ଏଥିରେ ଜଣେ ମହିଳା ରାହୁଲ ଗାନ୍ଧୀଙ୍କୁ ତାଙ୍କ ସମସ୍ୟା ସଂପର୍କରେ କହୁଛନ୍ତି। ଶ୍ରୀନଗରରୁ ରାହୁଲ ବିମାନରେ ଫେରିବା ବେଳେ ମହିଳା ଜଣଙ୍କ ତାଙ୍କ ସହ କଥା ହେଉଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.