ଗିରଫ ହେଲେ ବିହାରର ବାହୁବଳି ବିଧାୟକ ଅନନ୍ତ ସିଂ, ଘରୁ ଜବତ ହୋଇଥିଲା ବେଆଇନ ଅସ୍ତ୍ରଶସ୍ତ୍ର

ବିହାରର ବାହୁବଳି ବିଧାୟକ ଅନନ୍ତ ସିଂହ ଓରଫ ଛୋଟୁ ସରକାର ଗିରଫ। ଗତ ଦୁଇ ଦିନ ତଳେ ଅନନ୍ତ ସିଂହ ଦିଲ୍ଲୀର ଏକ କୋର୍ଟରେ ଆତ୍ମସମର୍ପଣ କରିଥିଲେ। କିନ୍ତୁ ଦିଲ୍ଲୀ କୋର୍ଟ ତାଙ୍କୁ ବିହାରର କମ୍ପିଟାଣ୍ଟ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକ ଅନନ୍ତ ସିଂହ ଆଜି ବିହାରର ବେଢ କୋର୍ଟରେ ହାଜର ହୋଇଥିଲେ ମଧ୍ୟ ତାଙ୍କ ଜାମିନ ନାମଂଜୁର ହୋଇଯାଇଛି। ବିଧାୟକ ଅନନ୍ତ ସିଂହଙ୍କୁ କୋର୍ଟ ୧୪ ଦିନ ପାଇଁ ପୋଲିସ ହେପାଜତକୁ ପଠାଇଦେଇଛନ୍ତି। ଗତ ସପ୍ତାହରେ ପାଟନା ଏସପିଙ୍କ ନେତୃତ୍ୱରେ ଏକ ପୋଲିସ ଟମ୍‌ ଅନନ୍ତ ସିଂହଙ୍କ ପୈତୃକ ବାସଭବନରେ ଚଢଉ କରି ଏକେ- ୪୭ ରାଇଫଲ, ଗ୍ରେନେଡ ଓ ବହୁ ପରିମାଣର ଅସ୍ତଶସ୍ତ୍ର ଜବତ କରିଥିଲା। ବେଆଇନ ଗିତବିଧି ନିରୋଧ ଆଇନରେ ବିଧାୟକ ଅନନ୍ତ ସିଂହଙ୍କ ବିରୁଦ୍ଧରେ ପୋଲିସ ମାମଲା ରୁଜୁ କରି ତାଙ୍କୁ ଗିରଫ କରିବାକୁ ତନାଘନା କରୁଥିଲା। ପରେ ସେ ଆତ୍ମସମର୍ପଣ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.