ପଞ୍ଚାୟତ ର୍ନିବାଚନ ପାଇଁ ବାଜିନି ବିଗୁଲ୍, ହେଲେ ସରଗରମ ହେଲାଣି ଗ୍ରାମାଞ୍ଚଳ ମାହୋଲ

କୁଚିଣ୍ଡା (କେନ୍ଯୁଜ୍): ପଞ୍ଚାୟତ ର୍ନିବାଚନ ପାଇଁ ବିଗୁଲ ବାଜିନି । ହେଲେ ସରଗରମ ହେଲାଣି ଗ୍ରାମାଞ୍ଚଳ ମାହୋଲ । କୁଚିଣ୍ଡା ର୍ନିବାଚନ ମଣ୍ଡଳୀରେ ପ୍ରସ୍ତୁତି ଆରମ୍ଭ କରିଦେଲାଣି ବିଜୁ ଜନତାଦଳ । ବାମରା ବ୍ଲକ ସେଗାପଡାଠାରେ ଜୋନ-୨ର ବିଜେଡିର ବରିଷ୍ଠ ପଦାଧିକାରୀ, କର୍ମୀ ଓ ବରିଷ୍ଠ କର୍ମକର୍ତ୍ତାଙ୍କୁ ନେଇ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଆଗାମୀ ପଞ୍ଚାୟତ ନିର୍ବାଚନରେ କିପରି ଦଳକୁ ସୁଦୃଢ କରି ବିଜୟୀ ହେବେ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ଏହା ସହ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଘରେ ଘରେ ପହଞ୍ଚାଇବା ପାଇଁ କର୍ମୀଙ୍କୁ ଆହ୍ଵାନ ଦେଇଥିଲେ ଜିଲ୍ଲା ପର୍ଯ୍ୟବେକ୍ଷକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.