ଫସିଲେ ଜରିପଡା ପାଞ୍ଚାୟତ ନିର୍ବାହୀ ଅଧିକାରୀ: ପ୍ରବାସୀଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ଦିନକ ପିଛା ୧୨୦ ଟଙ୍କା ମାଗୁଥିବାର ଭିଡିଓ ଭାଇରାଲ୍

ଟାଙ୍ଗୀ: କୋରୋନା ମହାମାରୀକୁ ମୁକାବିଲା କରିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ପ୍ରବାସୀ ମାନଙ୍କୁ ବିଦେଶରୁ ସ୍ୱଦେଶକୁ ଫେରାଇ ଆଣିବା ପାଇଁ କରିଛନ୍ତି ବ୍ୟବସ୍ଥା । ଏପରିକି ରାଜ୍ୟ ବାହାରୁ ପ୍ରବାସୀ ମାନଙ୍କୁ ସ୍ୱତନ୍ତ୍ର ରେଳ ଯୋଗେ ଫେରାଇ ଆଣି ରଖୁଛନ୍ତି ସରକାରୀ ସଙ୍ଗରୋଧ କେନ୍ଦ୍ରରେ । ପଂଚାୟତ ସ୍ତରରେ ସଙ୍ଗରୋଧ କେନ୍ଦ୍ର କରାଯାଇଛି । ଏହି ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ମାନେ ରହିବା ପାଇଁ ରାଜ୍ୟ ସରକାର ମାଗଣାରେ ପ୍ରବାସୀଙ୍କ ଖାଇବା ପିଇବ‍ା ସହ ସ୍ୱାସ୍ଥ୍ୟ ପରୀକ୍ଷଣର କରିଛନ୍ତି ବ୍ୟବସ୍ଥା ।

bribeହେଲେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଜରିପଡା ପାଞ୍ଚାୟତର ପାଞ୍ଚାୟତ ନିର୍ବାହୀ ଅଧିକାରୀ ଜଣେ ବିଦେଶ ଫେରନ୍ତା ଯୁବକଙ୍କ ଠାରୁ ଦିନକୁ ସଙ୍ଗରୋଧ କେନ୍ଦ୍ରରେ ରହିବା ବାବଦରେ ୧୨୦ ଟଙ୍କା ମାଗୁଥିବା ଭିଡିଓ ଭାଇରାଲ ହୋଇଛି । ଦୁବାଇରୁ ଫେରିଥିବା ଜଣେ ଯୁବକଙ୍କୁ ୧୬ ଦିନକୁ ୧୯୨୦ ଟଙ୍କା ସହ ୨୫୦୦ ମାଗୁଥିବା ଦେଖୁବାକୁ ମିଳିଛି । ଏହି ଘଟଣାକୁ ମଧ୍ୟ୍ୟ ଜରିପଡା ପଂଚାୟତ ଅଧିକାରୀ ଅଜୟ କୁମାର ରାୟଗୁରୁ ସ୍ୱୀକାର କରିଛନ୍ତି । ସରକାରୀ ବ୍ୟବସ୍ଥା ଅନୁସାରେ ଉକ୍ତ ପ୍ରବାସୀଙ୍କ ନିକଟରୁ ୨୫୦୦ ନେଇଥିବା ମାନିଛନ୍ତି । ତେବେ ଏହି ଘଟଣା ଜଣାପଡିବା ପରେ ପାଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ପ୍ରକ୍ରୀୟା  ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.