କୁୁଚିଣ୍ଡା କେଶାଇବାହାଲ ଅଞ୍ଚଳରୁ ଆହତ ହେଟା ବାଘ ଉଦ୍ଧାର, ଅଜଣା ଗାଡି ଧକ୍କାରେ ଭାଙ୍ଗିଯାଇଛି ଗୋଡ

କୁୁଚିଣ୍ଡା : କୁୁଚିଣ୍ଡା ଉପଖଣ୍ଡ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ କେଶାଇବାହାଲ ଅଞ୍ଚଳରୁ ବାଘକୁ ଉଦ୍ଧାର କରିଛି ବନ ବିଭାଗ । ଚିକିତ୍ସା ପରେ ବାଘର ଅବସ୍ଥା ସାମାନ୍ୟ ସୁସ୍ଥ ଥିବା ଜଣାପଡିଛି । ବାଘର ପଛପଟ ବାମ ଗୋଡ ଭାଙ୍ଗି ଯାଇଛି । ଅଜଣା ଗାଡି ଧକ୍କାରେ ହେଟା ବାଘଟି ଆହତ ହୋଇଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ କେଶାଇବାହାଲ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଚାଷ ଜମିରେ ଏକ ହେଟା ବାଘ ବୁଲୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏନେଇ ସେମାନେ ବନ ବିଭାଗକୁ ଖବର ଦେଇଥିଲେ । ଏକ ବଡ ଜାଲ ସାହାଯ୍ୟରେ ଗ୍ରାମବାସୀଙ୍କ ସହଯୋଗରେ ବିଲ ଭିତରୁ ବାଘକୁ ଉଦ୍ଧାର କରିଛି ବନ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.