Below header

ଦିନ କେଇଟା ପରେ ଶ୍ରୀ ଗଣନାଥଙ୍କ ପବିତ୍ର ଉତ୍ସବ, ମୂର୍ତ୍ତି ତିଆରି କରି ଗ୍ରାହକଙ୍କ ଅପେକ୍ଷାରେ ଛଣିପୁର ଓ ମାଳ ପଞ୍ଚାୟତର କାରିଗର

ସାଲେପୁର: ଆସିଲାଣି ପାର୍ବଣଋତୁ। ଆଉ କେଇଟା ଦିନ ପରେ ପଡୁଛି ବିଦ୍ୟାଦାତା ଶ୍ରୀ ଶ୍ରୀ ଗଣନାଥଙ୍କ ପବିତ୍ର ଉତ୍ସବ । ସେଥିପାଇଁ କଟକ ଜିଲ୍ଲା ସାଲେପୁର ବ୍ଳକ୍‌ ଅନ୍ତର୍ଗତ ଛଣିପୁର ପଞ୍ଚାୟତ ଓ ମାଳ ପଞ୍ଚାୟତ ମୂର୍ତ୍ତି କାରିଗର ମାନେ ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରି କରି ଶେଷ ସ୍ପର୍ଶ ଦେଇ ସାରିଲେଣି । ଏବେ ବିକ୍ରି ପାଇଁ ପୁରା ପ୍ରସ୍ତୁତ ।

ଆସନ୍ତା ଶୁକ୍ରବାର ୧୦ତାରିଖ ଦିନ ଗଣେଶ ଚତୁର୍ଦ୍ଦଶୀ। ଏହି ଦୁଇ ପଞ୍ଚାୟତର ମୂର୍ତ୍ତି କାରିଗର ମାନେ ଛୋଟ ଠାରୁ ବଡ଼ ପର୍ଯ୍ଯନ୍ତ ସୁନ୍ଦର ସୁନ୍ଦର ଆକର୍ଷଣୀୟ ଗଣେଶଙ୍କ ମୂର୍ତ୍ତି ତିଆରି କରି ନିଜର କଳାକୁ ବଞ୍ଚେଇ ରଖିଛନ୍ତି। ବଜାର ଘାଟରେ ଗଣେଶ ମୂର୍ତ୍ତି ବିକ୍ରି ପାଇଁ ସଜା ହୋଇ ରହିଥିବାର ଦେଖିବାକୁ ବି ମିଳିଲାଣି। ମୂର୍ତ୍ତି ନେବା ପାଇଁ କେତେ ଜଣ ଆଗୁଆ ଅର୍ଥ ମଧ୍ଯ ପ୍ରଦାନ କରିଛନ୍ତି। ଗଣେଶଙ୍କୁ ପ୍ରଥମେ ପୂଜା କରି ଅନ୍ଯ ଦେବାଦେବୀଙ୍କୁ ପୂଜା କଲେ ସକଳ ବିଘ୍ନ କଟିଯାଇଥାଏ ବୋଲି ବିଶ୍ବାସ ରହିଛି। ଏନେଇ ପୂରାଣରେ ଲେଖାରହିଛି। ଏଥିପାଇଁ ତାଙ୍କୁ ଅଗ୍ର ପୂଜ୍ଯ କୁହାଯାଏ। ପ୍ରତେକ ପୂଜା କାର୍ଯ୍ଯରେ ପ୍ରଥମେ ଗଣେଶଙ୍କୁ ଆବାହନ କରାଯାଇଥାଏ।

ganesh

ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀରେ ଗଣେଶ ପୂଜା ପାଳନ କରାଯାଇଥାଏ। କିନ୍ତୁ ଗଲା ଦୁଇ ବର୍ଷ ହେବ କରୋନା ମହାମାରୀ ଯୋଗୁ ମୂର୍ତ୍ତି କାରିଗର ମାନେ ବେଶ୍ ପ୍ରଭାବିତ ହୋଇଛନ୍ତି। ରାଜ୍ଯ ସରକାର ମୂର୍ତ୍ତି ଉଚ୍ଚତା ମଧ୍ଯ ୪ ଫୁଟ ଭିତରେ ସୀମିତ ରଖିଛନ୍ତି।  ଅନ୍ଯପଟେ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି,ବ୍ଯବସାୟିକ ସଙ୍ଘଠନ, କୋଚିଂ ସେଣ୍ଟର ଓ ଗାଁ ଗହଳି ,କ୍ଲବ ମାନଙ୍କରେ ଗଣେଶଙ୍କ ପୂଜା ନିଷ୍ଠାର ସହିତ ପାଳନ କରାଯାଇଥାଏ। ଯାହାଦ୍ବାରା ମୂର୍ତ୍ତି କାରିଗର ଭଲ ଦୁଇ ପାଇସା ରୋଜଗାର ବି କରିଥାନ୍ତି।

କିନ୍ତୁ କରୋନା ଫଳରେ ରୋଜଗାର ପତ୍ର ସେତେ ନଥିବା ବେଳେ ମୂର୍ତ୍ତିର ଉଚ୍ଚତା କମିଯିବାରୁ ଆଗ ଅପେକ୍ଷା ମୂର୍ତ୍ତି କମ୍ ପ୍ରସ୍ତୁତ କରାଯାଉଛି ବୋଲି କାରିଗର ମାନେ କହିଛନ୍ତି। କୌଣସି ସ୍ଥାନରେ ଭୋଜି କି ପ୍ରସାଦ ସେବନ, ପୂଜା ସମୟରେ ସର୍ବସାଧାରଣ ଦର୍ଶନ ଓ ଶିକ୍ଷାନୁଷ୍ଠାନ ଗୁଡିକରେ ଅଳ୍ପ ପିଲାଙ୍କ ଭିତରେ ପୂଜା କରାଯିବ ବୋଲି କଟକଣା ଜାରି କରାଯାଇଛି। ଛୋଟ ମୂର୍ତ୍ତି କମ୍ ପଇସା । ସେଥିରେ ପୁଣି ତାହାକୁ ଗଢିବା ଭାରି କଷ୍ଟ। ପରିଶ୍ରମ ଅନୁସାରେ ସେପରି ପଇସା ମିଳୁନଥିବାରୁ, ପରିବାର ପୋଷିବା କଷ୍ଟକର ହୋଇପଡୁଥିବା ମନଦୁଃଖ କରି କହିଛନ୍ତି କାରିଗର ମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.