T-20 ୱାଲର୍ଡକପ୍ ପାଇଁ ହୋଇସାରିଛି ଟିମ୍ ଚୟନ, ଆସନ୍ତାକାଲି ହେବ ଦଳ ଘୋଷଣା

ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଖୁବ୍ କମ୍ ଦିନ ରହିଛି। ୧୭ ଅକ୍ଟୋବରରୁ ଟି ୨୦ ୱାଲର୍ଡ କପ୍ ୟୁଏଇରେ ଖେଳାଯିବ। ଏହାକୁ ନେଇ ବୁଧବାର ଦିନ ଭାରତୀୟ ଦଳ ଘୋଷଣା ହୋଇପାରେ । ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ମୁମ୍ବାଇ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଏକତ୍ରତି ହୋଇ ଦଳ ଚୟନ ହୋଇସାରିଛି। କିନ୍ତୁ ଏପର୍ଯ୍ଯନ୍ତ ଟିମ୍ ଘୋଷଣା କରାଯାଇନାହିଁ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ମଧ୍ୟ ବୈଠକରେ ଅଂଶ ଗ୍ରହଣ କରିଥିଲେ। ଚୟନ କମିଟି ୧୮ କିମ୍ବା ୨୦ ଜଣିଆ ଦଳ ଚୟନ କରିବା ଆଶା କରାଯାଉଛି । କରୋନାକୁ ଆଖି ଆଗରେ ରଖି ବିଶାଳ ଦଳ ଚୟନ କରିବାକୁ ଯୋଜନା କରାଯାଉଛି । ଆଇସିସି ନିୟମ ଅନୁଯାୟୀ ପ୍ରତ୍ୟେକ ଦେଶ ଖେଳାଳି, କୋଚ୍‌, ସହକାରୀ ସଦସ୍ୟଙ୍କୁ ନେଇ ମୋଟ୍‌ ୩୦ ଜଣିଆ ଦଳ ଗଢି ପାରିବେ। ୩୦ରୁ ଅଧିକ ସଦସ୍ୟ ରହିଲେ ବାକି ସଦସ୍ୟଙ୍କ ଖର୍ଚ୍ଚ ଉକ୍ତ ବୋର୍ଡ ବହନ କରିବ ।

ଟିମରେ ଶ୍ରେୟସ ଆୟାର, ମହମ୍ମଦ ସିରାଜ, ଇଶାନ କିସନ, ରାହୁଏ ଚହର, ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ ସୁନ୍ଦରଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ଚାଲିଛି। ୧୭ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ମ୍ଯାଚରେ ୧୬ଟି ଟିମ୍ ଭାଗ ନେବ। ଏହି ଟୁର୍ଣ୍ଣାମେଣ୍ଟରେ ଫାଇନାଲ ମ୍ଯାଚ ୧୬ ନଭେମ୍ବରକୁ ଖେଳାଯିବ।