ବଲିଉଡ୍‌ର ଏହି ହିଟ୍‌ ଗୀତକୁ ଇଂରାଜୀ ଷ୍ଟାଇଲରେ ଗାଇଲେ ଶଶି ଥରୁର, ଟ୍ରୋଲ କଲେ ଜାଭେଦ ଅଖତର

କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ପ୍ରାୟତଃ ନିଜ ଇଂରାଜୀ ଭାଷା ଯୋଗୁ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ନିକଟରେ ତାଙ୍କୁ ହିନ୍ଦୀକୁ ନେଇ ଟ୍ରୋଲ ହେବାକୁ ପଡ଼ିଛି। ରିପୋର୍ଟ ମୁତାବକ, ଥରୁର ଟ୍ଵିଟରରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ହିନ୍ଦୀରେ ଏକ ଗୀତ ଗାଉଥିବା ଦେଖିବାକୁ ମିଳିଛି। କିନ୍ତୁ ତାଙ୍କ ହିନ୍ଦୀ ଉଚ୍ଚାରଣକୁ ନେଇ ଗୀତିକାର ଜାଭେଦ ଅଖତର ତାଙ୍କୁ ଟ୍ରୋଲ କରିଛନ୍ତି।

ଟ୍ଵିଟରରେ ଶଶି ଥରୁର ନିଜ ଗୀତ ଗାଇବା ବେଳର ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ ହିନ୍ଦୀ ଫିଲ୍ମର ଗୀତ ‘ଏକ ଅଜନବୀ ହସିନା ସେ ୟୁ ମୁଲାକାତ’ ଗୀତ ଗାଉଛନ୍ତି। କିନ୍ତୁ ହିନ୍ଦୀ ଗୀତର ଉଚ୍ଚାରଣ ସେ ଇଂରାଜୀ ଢଙ୍ଗରେ କରୁଥିବା ନଜର ଆସିଛି। ଏହି ପୋଷ୍ଟ ସେୟାର କରି ଶଶି କ୍ୟାପସନ୍‌ରେ ଲେଖିଛନ୍ତି ବିନା ରିହର୍ସାଲରେ ଗୀତ ଗାଇଛି।

ଏହି ଭିଡିଓକୁ ରିଟ୍ଵିଟ୍‌ କରି ଗୀତିକାର ଜାଭେଦ ଅଖତର ଲେଖିଛନ୍ତି, ‘ବାଃ! ଆମ ପାଖରେ ହିନ୍ଦୀରେ ବି ଠିକ୍‌ ଏମିତି ଏକ ଗୀତ ଅଛି।’ ଶଶି ଥରୁର ନିଜ ଗୀତ ଉଚ୍ଚାରଣ ଠିକ୍‌ ଭାବେ କରିନଥିବାରୁ ଜାଭେଦ ଏଭଳି ପ୍ରତିକ୍ରିୟା ଦେଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ‘ଏକ ଅଜନବୀ ହସିନା ସେ’ ଗୀତ ୧୯୭୪ ମସିହାର ଫିଲ୍ମ ଅଜନବୀର ସୁପରହିଟ୍‌ ଗୀତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.