କ୍ୱାରେଣ୍ଟାଇନ୍ ସେଣ୍ଟର ଭିତରେ ପଶିଗଲା ବଜ୍ରକାପ୍ତା, ଏବେ ଏହି ବିରଳ ଜୀବ ସହ ବନ ଅଧିକାରୀଙ୍କର ହୋଇପାରେ କୋଭିଡ୍ ଟେଷ୍ଟ

ଆଠଗଡ଼/ନରସିଂହପୁର (କେନ୍ୟୁଜ୍): କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଉଦ୍ଧାର ହେଲା ବିରଲ ଜନ୍ତୁ ବଜ୍ରକାପ୍ତା । କଟକ ଜିଲ୍ଲା ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜ ଅଧୀନ ମାଣିଆବନ୍ଧ ମହୁଳିଆ ମଧ୍ୟ ଇଂରାଜୀ ବିଦ୍ୟାଳୟ ଠାରେ କରାଯାଇଥିବା ଞଗଉରେ ଅନେକ ପ୍ରବାସୀ ରହୁଛନ୍ତି । ତେବେ ସୋମବାର ସନ୍ଧ୍ୟାରେ ଏକ ବଜ୍ରକାପ୍ତା ସେଠଶକୁ ପଶି ଆସିଥିଲା । ପରେ ଖବର ପାଇ ଏହାକୁ ବନ ବିଭାଗ ଉଦ୍ଧାର କରିଥିଲା । ପ୍ରବାସୀମାନେ ଶୋଇଥିବା ସମୟରେ ବଜ୍ରକାପ୍ତାଟି ହଠାତ୍ ରୁମ ଭିତରକୁ ପଶି ଆସିଥିଲା । ଏହାପରେ ସେମାନେ ବଜ୍ରକାପ୍ତାକୁ ଧରି ବଡମ୍ବା ବନ ବିଭାଗକୁ ଖବର ଦେଇଥିଲେ । କୁହାଯାଉଛି ବଜ୍ରକାପ୍ତାଟି ପାଖ ଜଙ୍ଗଲରୁ କ୍ୱାରେଣ୍ଟାଇନ୍ ସେଣ୍ଟାରକୁ ଚାଲି ଆସିଛି ।

BAJRAKAPTA

ଆଠଗଡ଼ରେ କ୍ୱାରେଣ୍ଟିନ୍ ସେଣ୍ଟରରୁ ବଜ୍ରକାପ୍ତା ଉଦ୍ଧାର ହେବା ଘଟଣାକୁ ନେଇ ଏବେ ଚର୍ଚ୍ଚା । ବେଶି ଚର୍ଚ୍ଚା ଚାଲିଛି ବଜ୍ରକାପ୍ତାର କୋଭିଡ୍ ଟେଷ୍ଟକୁ ନେଇ । ସଂଗରୋଧ କେନ୍ଦ୍ରରୁ ବଜ୍ରକାପ୍ତା ଉଦ୍ଧାର ହେବା ପରେ ତାର କୋଭିଡ୍ ଟେଷ୍ଟ ହେବ ବୋଲି ଆଠଗଡ଼ ଡିଏଫ୍ଓ ସସ୍ମିତା ଲେଙ୍କା କହିଥିଲେ । କିନ୍ତୁ ଭିଡିଓରେ ଦେଖିବାକୁ ମିଳିଛି ନିଜେ ଡିଏଫଓ ମ୍ୟାଡାମ୍ ବଜ୍ରକାପ୍ତାକୁ ନିଜ ହାତରେ ଧରିଥିଲେ । ତାର ପିଠିକୁ ଆଉଁସି ଥିଲେ । ଏପରିକି ସେ ଗ୍ଲୋଭସ୍ ବି ପିନ୍ଧି ନଥିଲେ ।

କୁହାଯାଉଛି ଚୀନରେ ବଜ୍ରକାପ୍ତା କିମ୍ବା ବାଦୁଡ଼ିରୁ କରୋନା ଭୂତାଣୁ ମଣିଷ ଦେହକୁ ବ୍ୟାପିଛି । ଏହି ପରିପ୍ରେକ୍ଷୀରେ ଏବେ ଆଠଗଡ଼ରୁ ଉଦ୍ଧାର ବଜ୍ରକାପ୍ତାର କରୋନା ଟେଷ୍ଟ ହେବ । ଯଦି ବଜ୍ରକାପ୍ତାର କରୋନା ଟେଷ୍ଟ ହେବ ତେବେ ଡିଏଫ୍ଓ ତାକୁ ଧରିଥିବାରୁ ତାଙ୍କର କାହିଁକି କୋଭିଡ୍ ଟେଷ୍ଟ ହେବ ନାହିଁ ବୋଲି ପ୍ରଶ୍ନ ଉଠିଛି । ସେପଟେ ଡିଏଫଓ ସସ୍ମିତା ଲେଙ୍କା କହିଛନ୍ତି, ଆବଶ୍ୟକ ହେଲେ ଆମର ବି କୋଭିଡ୍ ଟେଷ୍ଟ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.