Below header

ପୁଣି ଏକ ରେକର୍ଡ କଲା ପାରାଦୀପ ବନ୍ଦର

ପାରାଦୀପ (କେନ୍ଯୁଜ୍) : ଗୋଟିଏ ଦିନରେ ବନ୍ଦରରେ ୨୭ଟି ଜାହାଜ କାରବାର କରିପାରିଛି । ଦେଶର ବୃହତ ବନ୍ଦରଗୁଡିକ ମଧ୍ୟରେ ପାରାଦୀପ ବନ୍ଦରର ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଇଛି । ବାତ୍ୟାଜନିତ ପ୍ରତିକୂଳ ପାଣିପାଗ ପରେ ବି ବନ୍ଦର ସାମୁଦ୍ରିକ ବିଭାଗ କର୍ମଚାରୀଙ୍କ ତତ୍ପରତା ଓ ପଦାଧିକାରୀଙ୍କ ଉଦ୍ୟମ ଯୋଗୁ , ଏହି ସଫଳତା ମିଳିଥିବା କହିଛନ୍ତି ବନ୍ଦର ହାର୍ବର ମାଷ୍ଟର । ଗତବର୍ଷ ୨୪ ଘଣ୍ଟାରେ ୨୪ଟି ଜାହାଜ ଚଳାଚଳ କରି ରେକର୍ଡ କରିଥିଲା। ଏଭଳି ଧାରା ଜାରି ରହିଲେ ପାରାଦୀପ ଦେଶର ୧ ନମ୍ବର ବନ୍ଦର ହେବାରେ ସଫଳ ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.