ଗ୍ରୀଷ୍ମ ଋତୁରେ ବି ପାର୍କରେ ଲାଗୁଛି ଥଣ୍ଡା, ମିଳୁଛି କୁହୁଡିର ମଜା

ଗଜପତି(କେନ୍ୟୁଜ):  ଅସମ୍ଭାଳ ତାତି । ନା ଘରେ ରହି ହେଉଛି ନା ବାହାରେ । ପାରା ପାର କଲାଣି ୪୦ ଡୀଗ୍ରି । ସକାଳ ୬ରୁ ସୂର୍ଯ୍ଯଙ୍କ ପ୍ରକୋପ ସନ୍ଧ୍ଯାରେ ଘରର କଂକ୍ରୀଟର ପ୍ରକୋପ ଜୀବନ ଏକ ପ୍ରକାର ଅସ୍ତବ୍ଯସ୍ତ କରିଲାଣି । ଟିକେ ଥଣ୍ଡା ଅନୁଭବ କରିବାକୁ ଲୋକେ ଢହଳବିକଳ ହେଲେଣି । ତାତିରି ନିସ୍ତାର ପାଇବା ପାଇଁ ଲୋକେ ପାର୍କ ମୁହାଁ ହେଉଛନ୍ତି। ଆଉ ଭାବିଲେ ଜଦି ଏହି ତାତିରେ ପାର୍କରେ ଥଣ୍ଡା ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା ହୋଇଥିବ, ତେବେ କେତେ ତ୍ରାହୀ ମିଳୁଥିବା । ଆପଣ ଜାଣିଲେ ଆଶ୍ଚର୍ଯ୍ଯ ହେବେ ଏମିତି ପାର୍କ ରହିଛି ଆମ ରାଜ୍ଯରେ। ଯାହା ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ ଅବସ୍ଥିତ ।

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ ରହିଛି ଦୁଇଟି ଉଦ୍ୟାନ । ଗୋଟିଏ ଅଟଳ ପାର୍କ ଅନ୍ଯଟି ରାଜବଂଶୀୟଙ୍କ ସ୍ମସାନରେ ଶିଶୁ ଉଦ୍ୟାନ । ତେବେ ଏହି ଦୁଇଟି ଉଦ୍ୟାନ ପାରଳାଖେମୁଣ୍ଡି ପୌରପାଳିକା ଦ୍ୱାରା ର୍ନିମିତ ହୋଇଥିବା ବେଳେ ଗତ କିଛି ଦିନ ହେବ ବହୁ ଚର୍ଚ୍ଚାରେ ରହିଛି । ପାରଳାଖେମୁଣ୍ଡି ତାତି ବଢିବା ସହ ଗୁଳୁଗୁଳି ଯୋଗୁଁ ଜନସାଧାରଣ ଯନ୍ତ୍ରଣା ଅନୁଭବ କରୁଥିବା ବେଳେ ପାର୍କକୁ ଯାଇ ମଧ୍ୟ ଉପସମ ପାଇପାରୁ ନଥିଲେ । ଯାହାକୁ ଦୃଷ୍ଟୀରେ ରଖି ପାରଳାଖେମୁଣ୍ଡି ପୌରପାଳିକା ଦ୍ୱାରା ଅଟଳ ଓ ଶିଶୁ ଉଦ୍ୟାନରେ ସ୍ବତନ୍ତ୍ର ବ୍ଯବସ୍ଥା ଆରମ୍ଭ କରିଛନ୍ତି ଗତ କିଛି ଦିନ ହେବ । ଏକ ସ୍ବତନ୍ତ୍ର ପ୍ରକଳ୍ପ ମାଧ୍ୟମରେ ପାର୍କରେ ଥିବା ବୋରରୁ ମୋଟର ସାହାର୍ଯ୍ଯରେ ପାଣିକୁ ଏକ ସିଲିଣ୍ଡକୁ ନେଇ ସେହି ପାଣିକୁ ଜଳିୟ ବାସ୍ପ କରି ଚିଞ୍ଚନ କରାଯାଉଛି । ଯାହା ଫଳରେ ପାର୍କର ପରିସରରେ ଯେଉଁ ତାପମାତ୍ର ରହୁଛି ତାହା ରହିଥିବା ତାପମାତ୍ରାରୁ ୪ଡିଗ୍ରୀରୁ ୫ଡିଗ୍ରୀ ତଳକୁ ଖସାଉଛି । ବସ୍ପ ପାର୍କ ପରିସରରେ ଜଳୀୟ ବାସ୍ପରେ ମିଳେଇଯାଉଛି ଓ ଥଣ୍ଡା ବାତାବରଣ ସୃଷ୍ଟି କରୁଛି । ପ୍ରତ୍ୟେକ ପୌରପାଳିକାର କର୍ତ୍ତବ୍ଯ ନିଜ ପୌରାଞ୍ଚଳର ଲୋକଙ୍କୁ ମନୋରଞ୍ଜନ ପାଇଁ ବ୍ଯବସ୍ଥା କରିବା ଆଉ ସେହି ଦାୟିତ୍ୱ ତୁଲାଇବାକୁ ଯାଇ ଏହି ଥଣ୍ଡା ବାଷ୍ପିୟ ପ୍ରକଳ୍ପ ର୍ନିମାଣ କରିଛି ପୌରପାଳିକା ।

park

ସେପଟେ ପ୍ରବଳ ଗୁଳୁଗୁଳି ଓ ତାତି ଯୋଗୁଁ ବହୁ ସଂଖ୍ଯାରେ ପାର୍କକୁ ଆସୁଛନ୍ତି ସହରରବାସୀ । ଯେହେତୁ ଲୋକଙ୍କ ପାଇଁ ମନୋରଞ୍ଜନର ମାଧ୍ୟମ କେବଳ ପାର୍କ ହୋଇଛି । ସେଥିପାଇଁ ଆବାଳ ବୃଦ୍ଧ ବନୀତା ପାର୍କ ରେ ବହୁ ସମୟ କାଟୁଛନ୍ତି । ପାଲାମାନଙ୍କ ଖେଳର ସାମଗ୍ରୀ ହେଉ କି ଶାରୀରିକ ବ୍ଯାୟାମ ସାମଗ୍ରୀ ସମସ୍ତ ପ୍ରକାର ବନ୍ଦୋବସ୍ତ ଥିବା ଏହି ପାର୍କ ଗୁଡିକରେ ବିଳମ୍ବିତ ସଂନ୍ଧ୍ଯା ଯାଏଁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ପ୍ରବଳ ଭିଡ ଯୋଗୁଁ ମଧ୍ୟ ପାର୍କ ଗୁଡିକର ପରିସରରେ ଉତ୍ତାପ ବେସି ରହୁଥିବା ବେଳେ ଏହି ବାଷ୍ପିକରଣ ବ୍ଯବସ୍ତା ଲୋକଙ୍କୁ କେବଳ ଥଣ୍ଡା ପ୍ରଦାନ କରୁଛି ତାହା ନୁହେଁ ଗ୍ରୀଷ୍ମରେ କୁହୁଡିର ଅନୁଭବ କରାଉଛି । ନିଶ୍ଚିତ ଭାବେ ପାରଳାଖେମୁଣ୍ଡିର ପାର୍କ ଗୁଡିକ ଛୋଟ ଛୋଟ ହୋଇଥିଲେ ମଧ୍ୟ ଏହାର ସ୍ବତନ୍ତ୍ର ବ୍ଯବସ୍ଥା କେବଳ ସହରବାସୀ ନୁହଁନ୍ତି ବାହାର ରାଜ୍ଯର ଲୋକଙ୍କୁ ମଧ୍ୟ ଆକର୍ଷିତ କରିବାରେ ସଫଳ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.