ତୀବ୍ର ହେବାରେ ଲାଗିଛି କାକଟପୁର ବଲରା ଗାଁରେ ମଦ ବିରୋଧୀ ଆନ୍ଦୋଳନ: ଟାୟାର ଜାଳି, ଠେଙ୍ଗା ଧରି ରାସ୍ତା ଉପରେ ଶତାଧିକ ମହିଳା ଏବଂ ପୁରୁଷ

କାକଟପୁର(କେନ୍ୟୁଜ): ତୀବ୍ର ହେବାରେ ଲାଗିଛି କାକଟପୁର ବଲରା ଗାଁରେ ମଦ ବିରୋଧୀ ଆନ୍ଦୋଳନ । ଉତ୍କଳ ପ୍ଲାଜାରେ ମଦ ଦୋକାନ ସାଙ୍ଗକୁ ଡ୍ୟାନ୍ସବାର ଖୋଲିବାକୁ ଅନୁମତି ଦେଇଛନ୍ତି ପୁରୀ ଜିଲ୍ଲାପାଳ । ଏହାକୁ ବିରୋଧ କରି ଗତକାଲି ଠାରୁ ଜାରି ରହିଛି ଧାରଣା ଏବଂ ରାସ୍ତାରୋକ । ରାସ୍ତାରେ ଟାୟାର ଜାଳି ବହୁ ମହିଳା ଏବଂ ପୁରୁଷ ହାତରେ ଠେଙ୍ଗା ଧରି ବସି ରହିଛନ୍ତି ।

mada

କାକଟପୁର ବିଡିଓ ଏବଂ ଥାନା ଅଧିକାରୀ ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ୮ ଦିନ ମଧ୍ୟରେ ପୁରୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ପାଇବାପରେ ଆନ୍ଦୋଳନ ହଟିଛି । ମାତ୍ର ମଦଦୋକାନ ସମ୍ପୂର୍ଣ୍ଣ ବନ୍ଦ ନହେବାଯାଏ ଦୋକାନା ଆଗରେ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ମହିଳା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.