Below header

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ବିଦ୍ୟାଭାରତୀଙ୍କ ମିଳୁନି ପତ୍ତା

ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କ ନାମରେ ଏସଡ଼ିଜେଏମଙ୍କ ଦ୍ଵାରା ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି ପରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ପତ୍ତା ପାଉନି ପୋଲିସ।

ପାରଳାଖେମୁଣ୍ଡି (କେନ୍ୟୁଜ): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କ ନାମରେ ଏସଡ଼ିଜେଏମଙ୍କ ଦ୍ଵାରା ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି ପରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ପତ୍ତା ପାଉନି ପୋଲିସ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପୋଲିସ ବିଦ୍ୟାଭାରତୀଙ୍କ କପ୍ତିପଦାସ୍ଥିତ ପୈତୃକ ବାସଭବନକୁ ଯାଇଥିବା ବେଳେ ତାଙ୍କର ପତ୍ତା ପାଇ ନଥିଲା। ପୋଲିସ ତାଙ୍କ ବାପା, ମାଙ୍କୁ ପଚରାଉଚରା କରିଛି। ବିଦ୍ୟାଭାରତୀ ଯେଉଁସବୁ ସ୍ଥାନରେ ଥାଇପାରନ୍ତି, ସେଠାରେ ପୋଲିସର ଚଢ଼ଉ ଜାରି ରହିଛି। ବିଦ୍ୟାଭାରତୀ ଏବେ ବୈଶିଙ୍ଗା ଥାନା ନଡ଼ପୁର-ନୂଆଗାଁରେ ପ୍ରାଣୀଧନ ନିରୀକ୍ଷକ (ଏଲ୍‌ଆଇ) ଭାବେ କାର୍ଯ୍ୟରତ ଅଛନ୍ତି। ସେଠାରେ ଥାଇପାରନ୍ତି ବୋଲି ସନ୍ଦେହ କରି ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ପହଞ୍ଚିଛି ବୈଶିଙ୍ଗା ପୋଲିସ।

ତେବେ ସେ ଛୁଟିରେ ଯାଇଥିବା ପୋଲିସକୁ ସୂଚନା ଦେଇଥିଲେ ତାଙ୍କ ଉପରିସ୍ଥ ଅଧିକାରୀ। ଏସିଏଫ୍‌ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡିରେ କାର୍ଯ୍ୟରତ ଥିବାବେଳେ ୨୦୨୧ ଜୁଲାଇ ୧୧ ତାରିଖ ରାତିରେ ସରକାରୀ ବାସଭବନରେ ସନ୍ଦେହଜନକ ଭାବେ ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଥିଲେ। କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। କ୍ରାଇମବ୍ରାଞ୍ଚ ଏହାକୁ ଏକ ଦୁର୍ଘଟଣା ଦର୍ଶାଇ ଫାଇଲ ବନ୍ଦ କରିବାରୁ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ ବେହେରା, ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ପାରଳାଖେମୁଣ୍ଡି ଏସ୍‌ଡିଜେଏମଙ୍କ କୋର୍ଟରେରେ ଏକ ୱାନ ସିସି ପିଟିସନ୍‌ ଦାଏର କରିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.