ସକ୍ରିୟ ରହିଛି ଘୂର୍ଣ୍ଣିବଳୟ: ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ

ଆସନ୍ତାକାଲିଠୁ ଅଧିକ ସ୍ଥାନ ସହ ବଢିବ ବର୍ଷାର ବିସ୍ତତି। ୬ ତାରିଖ ବେଳକୁ ବଢିପାରେ ବର୍ଷାର ପରିମାଣ। ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଜୁଲାଇ ମାସରେ ସାରା ଦେଶରେ ସ୍ୱାଭାବିକ ବର୍ଷା ହୋଇପାରେ।

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର କେନ୍ଦ୍ର ଭାଗର ଉପରେ ଥିବା ଘୂର୍ଣ୍ଣିବଳୟଟି ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ରହିଛି । ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବ । ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆସନ୍ତାକାଲିଠୁ ଅଧିକ ସ୍ଥାନ ସହ ବଢିବ ବର୍ଷାର ବିସ୍ତତି। ୬ ତାରିଖ ବେଳକୁ ବଢିପାରେ ବର୍ଷାର ପରିମାଣ। ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଜୁଲାଇ ମାସରେ ସାରା ଦେଶରେ ସ୍ୱାଭାବିକ ବର୍ଷା ହୋଇପାରେ। ଓଡ଼ିଶାରେ ମଧ୍ୟ ଜୁଲାଇରେ ସ୍ୱାଭାବିକ ତୁଳନାରେ ଅଧିକ ବର୍ଷା ରେକର୍ଡ ହୋଇପାରେ। ସାଧାରଣତଃ ଜୁଲାଇ ମାସରେ ୪ରୁ ୫ଟି ଲଘୁଚାପ ସହ ୩୪୦ ମିଲିମିଟର ବର୍ଷା ହୋଇଥାଏ। ଏବେ ମୌସୁମୀ ଦୁର୍ବଳ ଥିବା ସତ୍ତ୍ୱେ ଆଗମୀ ଦିନରେ ବର୍ଷାର ପରିମାଣ ବଢିପାରେ। ଜୁନରେ ସ୍ୱାଭାବିକ ବୃଷ୍ଟିପାତ ଠାରୁ ୨୯ ପ୍ରତିଶତ କମ୍‌ ବର୍ଷା ରେକର୍ଡ କରାଯାଇଛି। ଜୁନ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୬୮.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହି ସମୟରେ ରାଜ୍ୟରେ ସ୍ୱାଭାବିକ ୨୩୮ ମିମି ବର୍ଷା ହୋଇଥାଏ। ୨୮ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.