ଦୈନିକ ରାଶିଫଳ: ଆଜି ଏହି ରାଶିର ଲୋକେ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ

ଚାକିରିଆ ଲୋକଙ୍କ ଉପରେ କାମର ବୋଝ ରହିବ। ଏଥିଯୋଗୁ ସେମାନେ ଚିନ୍ତିତ ରହିବେ। ଆଜି ଆପଣଙ୍କୁ ହଠାତ୍‌ କୌଣସି ଯାତ୍ରାରେ ଯିବାକୁ ପଡ଼ିପାରେ। ପୂଜାପାଠ, ଭଜନ-କୀର୍ତ୍ତନରେ ମନ ଲାଗିବ। ଚାକିରିଆଙ୍କୁ ପ୍ରମୋଶନ ମିଳିପାରେ।

ମେଷ: ଚାକିରିଆ ଲୋକଙ୍କ ଉପରେ କାମର ବୋଝ ରହିବ। ସେମାନେ ଚିନ୍ତିତ ରହିବେ। ଆଜି ଆପଣଙ୍କୁ ହଠାତ୍‌ କୌଣସି ଯାତ୍ରାରେ ଯିବାକୁ ପଡ଼ିପାରେ।

ବୃଷ: ପୂଜାପାଠ, ଭଜନ କୀର୍ତ୍ତନରେ ମନ ଲାଗିବ। ଚାକିରିଆଙ୍କୁ ପ୍ରମୋଶନ ମିଳିପାରେ। ପଇସା କେଉଁଠି ଅଟକିଥିଲେ, ତାହା ଆପଣଙ୍କୁ ମିଳିପାରେ।

ମିଥୁନ: ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ, ନଚେତ୍‌ ଝଗଡ଼ା ହୋଇପାରେ। ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରିବେ।

କର୍କଟ: ଆଜିର ଦିନ ଲାଭଦାୟକ ରହିବ। ଅତ୍ୟଧିକ ତେଲ, ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ। ଉଧାର ଧନ ଫେରିପାରେ। ଆଳସ୍ୟ ତ୍ୟାଗ କରନ୍ତୁ।

ସିଂହ: ଆଜିର ଦିନ ସକାରାତ୍ମକ ପରିଣାମ ନେଇ ଆସିବ। ଭବିଷ୍ୟତ ପାଇଁ ଧନ ସଞ୍ଚୟ କରିବେ। ବିଜନେସ୍‌ କରୁଥିବା ଲୋକଙ୍କୁ ବଡ଼ ଲାଭ ମିଳିପାରେ।

କନ୍ୟା: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଛୋଟ ଛୋଟ କଥାରେ ଜୀବନସାଥୀଙ୍କ ସହ ବିବାଦ ହୋଇପାରେ। ଆପଣଙ୍କୁ ଖୁସି ଖବର ଶୁଣିବାକୁ ମିଳିପାରେ।

ତୁଳା: ବିରୋଧୀମାନେ ଆଜି ଆପଣଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିପାରନ୍ତି। ଆପଣଙ୍କୁ ମାନ ସମ୍ମାନ ମିଳିବ। କାହାକୁ ଧନ ଉଧାର ଦିଅନ୍ତୁ ନାହିଁ।

ବିଛା: କାର୍ଯ୍ୟକ୍ଷେତ୍ରରେ କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ସମ୍ପତ୍ତି ବିବାଦରେ ବିଜୟ ଲାଭ କରିପାରନ୍ତି। ଧାର୍ମିକ ଯାତ୍ରାରେ ଯାଇପାରନ୍ତି।

ଧନୁ: ବ୍ୟବସାୟରେ ଆପଣଙ୍କୁ ହଠାତ୍‌ ଧନ ମିଳିପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କୌଣସି ରୋଗକୁ ନେଇ ଡର ଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ମକର: କର୍ମକ୍ଷେତ୍ରରେ କାମ ଠିକ୍‌ ସମୟରେ ପୂରା ନ ହେଲେ ଚିନ୍ତା ବଢ଼ିପାରେ। ସମ୍ପର୍କୀୟଙ୍କଠାରୁ କିଛି ନୈରାଶ୍ୟଜନକ ଖବର ଶୁଣିବାକୁ ମିଳିପାରେ।

କୁମ୍ଭ: ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ। ଆଜି ଆପଣ ନୂଆ ଗାଡ଼ି କିଣିପାରନ୍ତି। ପରିବାରରେ ସୁଖ, ଶାନ୍ତି ରହିବ। ମା’, ବାପାଙ୍କ ସହଯୋଗ ମିଳିପାରେ।

ମୀନ: ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ପରିବାରରେ ପିଲାଙ୍କ ସହିତ କିଛି ସମୟ ମଜା, ମସ୍ତି କରିବେ। ଘରର ଛୋଟ ଛୋଟ ଜିନିଷ ଉପରେ ଧ୍ୟାନ ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.