ଇଲେକ୍ଟ୍ରୋନିକ୍ସ ସୋ’ ରୁମରେ ଭୟଙ୍କର ଅଗ୍ନିକାଣ୍ଡ : ୩ ଜୀବନ୍ତ ଦଗ୍ଧ, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ

ଉତ୍ତରପ୍ରଦେଶ ଝାନସୀରେ ବଡ଼ ଧରଣର ଅଗ୍ନିକାଣ୍ଡ । ଝାନସୀରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ସୋ' ରୁମରେ ଅଗ୍ନିକାଣ୍ଡ ହୋଇଛି । ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ଜୀବନ ଯାଇଛି ।

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଝାନସୀରେ ବଡ଼ ଧରଣର ଅଗ୍ନିକାଣ୍ଡ । ଝାନସୀରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ସୋ’ ରୁମରେ ଅଗ୍ନିକାଣ୍ଡ ହୋଇଛି । ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ଜୀବନ ଯାଇଛି । ଏପରିକି ସୋ’ ରୁମ ବାହାରେ ଥିବା ଶତାଧିକ ଗାଡି ଜଳିପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଲିଭାଇବା ପାଇଁ ୮୦ଟି ଦମକଳ ଗାଡି ନିୟୋଜିତ ହୋଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, ଉଦ୍ଧାର କାର୍ଯ୍ୟ ପାଇଁ ସେନାର ସହାୟତା ନିଆଯାଇଥିଲା ।

ପ୍ରଥମେ ମାର୍କେଟରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ ନିଆଁ ଲାଗିଥିଲା । ଏହା ପରେ ନିଆଁ ଗୋଟିଏ ପରେ ଗୋଟିଏ ଦୋକାନକୁ ବ୍ୟାପିଥିଲା । ମାର୍କେଟରେ ଅଧିକ ଇଲେକ୍ଟ୍ରୋନିକ୍ସ ଓ ଫର୍ନିଚର ଦୋକାନ ଥିବାରୁ ନିଆଁ ବ୍ୟାପିଥିଲା । ନିଆଁ ଏତେ ମାତ୍ରାରେ ଲାଗିଥିଲା ଯେ ସେନା ସହାୟତାରେ ପାଖାପାଖି ୧୦ ଘଣ୍ଟା ଘେରି ଚାଲିଥିଲା ରେସକ୍ୟୁ ଅପରେସନ୍ । ଅନ୍ୟପଟେ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.