ଭୁବନେଶ୍ବରରେ ସ୍ୱାଧୀନତା ଦିବସ ପୂର୍ବରୁ ଭାରତୀୟ ସେନାର ବ୍ୟାଣ୍ଡ ମ୍ୟୁଜିକ୍ ପ୍ରଦର୍ଶନ

ଭୁବନେଶ୍ବର : ସ୍ୱାଧୀନତା ଦିବସ ପୂର୍ବରୁ ଭାରତୀୟ ସେନାର ବ୍ୟାଣ୍ଡ ମ୍ୟୁଜିକ୍ ପ୍ରଦର୍ଶନ । ଭୁବନେଶ୍ୱର ଇନ୍ଦିରା ଗାନ୍ଧି ପାର୍କରେ ଦୀର୍ଘ ଏକ ଘଣ୍ଟା ଧରି ବ୍ୟାଣ୍ଡ ମ୍ୟୁଜିକ ପରିବେଷଣ କରିଛନ୍ତି ଭାରତୀୟ ଯବାନ । ବ୍ୟାଣ୍ଡ ମାଧ୍ୟମରେ ଜାତୀୟ ସଂଙ୍ଗୀତ ମଧ୍ୟ ପରିବେଷଣ କରାଯାଇଥିଲା । ବ୍ୟାଣ୍ଡ ମ୍ୟୁଜିକ୍ ଦେଖିବାକୁ ଆଇଜି ପାର୍କରେ ଲୋକଙ୍କ ଗହଳି ଲାଗିଥିଲା। ଗୋଟିଏ ପରେ ଗୋଟିଏ ଧୂନ୍ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା। ୧୨୦ ବାଟାଲିୟାନ୍ ପାଇପ୍ ବ୍ୟାଣ୍ଡର ୧୭ଜଣ ଏବଂ ପଞ୍ଜାବ ରେଜମେଣ୍ଟାଲ ସେଣ୍ଟର ବ୍ୟାଣ୍ଡର ୧୬ଜଣ ଯବାନ ଏଥିରେ ଅଂଶଗ୍ରହଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.