Below header

୩ ଘଣ୍ଟା ପରେ ମହାନଦୀ ମଝିରେ ଫସିରହିଥିବା ଡ଼ଙ୍ଗାରୁ ଉଦ୍ଧାର ହେଲେ ଯାତ୍ରୀ

ଜଳଯାତ୍ରା ସମୟରେ ଟଳିଲା ବଡ଼ ଅଘଟଣ । ଜୀବନ ଯାଉ ଯାଉ ଅଳ୍ପକେ ବଞ୍ଚିଗଲେ ଯାତ୍ରୀ। ମହାନଦୀ ମଧ୍ୟରେ ଦୀର୍ଘ ସମୟ ଧରି ଫସି ରହିଥିଲେ ଯାତ୍ରୀ । ଶେଷରେ ଯାତ୍ରୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ମହାକାଳପଡା ମୂଷାଡ଼ିଆ ଫେରିଘାଟରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା ।

ମହାକାଳପଡ଼ା(କେନ୍ୟୁଜ୍‌): ଜଳଯାତ୍ରା ସମୟରେ ଟଳିଲା ବଡ଼ ଅଘଟଣ । ଜୀବନ ଯାଉ ଯାଉ ଅଳ୍ପକେ ବଞ୍ଚିଗଲେ ଯାତ୍ରୀ। ମହାନଦୀ ମଧ୍ୟରେ ଦୀର୍ଘ ସମୟ ଧରି ଫସି ରହିଥିଲେ ଯାତ୍ରୀ । ଶେଷରେ ଯାତ୍ରୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ମହାକାଳପଡା ମୂଷାଡ଼ିଆ ଫେରିଘାଟରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମହାନଦୀ ମଝିରେ ଫସି ରହିଥିଲା ଡଙ୍ଗା । ଡଙ୍ଗା ଦ୍ୱାରା ଯାଉଥିବା ୧୦୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ମହାନଦୀ ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ପାଖାପାଖି ୩ ଘଣ୍ଟା ଧରି ଫସିରହିବାପରେ ମଝି ନଈରୁ ଉଦ୍ଧାର ହେଲେ ଶତାଧିକ ଯାତ୍ରୀ । ସ୍ଥାନୀୟ ଲୋକେ ଉପସ୍ଥିତ ବୁଦ୍ଧି ଖଟାଇ ସମସ୍ତଙ୍କୁ ଉଦ୍ଧାର କଥିବା ଜଣାପଡିଛି । ସୂଚନା ମୁତାବକ, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବାହାକୂଦ ମୂଷାଡ଼ିଆ ଫେରିଘାଟର ଦୁଇଟି ଡ଼ଙ୍ଗା ଆଜି ଭୋରୁ ଭୋରୁ ବାହାକୁଦ ପଟୁ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ପାରାଦୀପ ଅଭିମୁଖେ ଯାଉଥିବା ବେଳେ, ମହାନଦୀ ମଝିରେ ହଠାତ୍ ଡଙ୍ଗାଟି ଅଟକି ରହିଥିଲା । ଇଞ୍ଜିନରେ ତ୍ରୁଟି ଯୋଗୁଁ ୨ ଟି ଡ଼ଙ୍ଗା ଅଚଳ ହୋଇଯାଇଥିଲା । ଫଳରେ ଯାତ୍ରୀମାନେ ମଝି ନଈରେ ଫସି ରହିଥିଲେ । ତେବେ ପରବର୍ତ୍ତୀ ସମୟରେ ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି ।

ବାରମ୍ବାର ଏଭଳି ଅଘଟଣକୁ ନେଇ ଖବର ପ୍ରସାରଣ କରାଯାଉଛି । ବିପଦପୂର୍ଣ୍ଣ ଭାବେ ଜଳଯାତ୍ରା କରିବା ଯେ କେତେ ଭୟଙ୍କର ସେନେଇ ସଚେତନ ବି କରାଯାଉଛି । କିନ୍ତୁ ଲୋକେ କିନ୍ତୁ ବୁଝିବାକୁ ନାରାଜ । ଦରକାର ଠାରୁ ଅଧିକ ଯାତ୍ରୀ ଯାଉଛନ୍ତି ଡଙ୍ଗାରେ । ଖାଲି ମଣିଷ ନୁହେଁ ମଣିଷ ସହିତ ସାଇକେଲ, ବାଇକ୍ ବି ସାଥିରେ ନେଇ ଡଙ୍ଗାରେ ଯାତ୍ରା କରୁଛନ୍ତି । ଯାହାଫଳରେ ଏଭଳି ଅଘଟଣକୁ ହାତ ଠାରୁ ଆମନ୍ତ୍ରଣ କରୁଛନ୍ତି । ତେବେ ଆଜି ଠିକ୍ ସମୟରେ ଟଳିଯାଇଛି ଏକ ବଡ଼ ଅଘଟଣ । ସ୍ଥାନୀୟ ଲୋକେ ଠିକ ସମୟରେ ପହଞ୍ଚି ଯିବାରୁ ବଡ଼ ଅଘଟଣରୁ ଯାତ୍ରୀ ମାନେ ବର୍ତ୍ତି ଯାଇଛନ୍ତି । ଏଭଳି ବିପଦପୂର୍ଣ୍ଣ ଭାବେ ଡଙ୍ଗାରେ ଯାତ୍ରା କରିବା ଘଟଣାକୁ ନେଇ ବିଭିନ୍ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଭଗବାନଙ୍କ ଆର୍ଶିବାଦରୁ ଆଜି ସମସ୍ତ ଯାତ୍ରୀ ଏକ ନୂତନ ଜୀବନ ପାଇପାରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.