ମାଡାମ ତୁସାଦ ମ୍ୟୁଜିୟମରେ ସ୍ଥାନ ପାଇବ ସ୍ୱାମୀ ବାବା ରାମଦେବଙ୍କ ମୂର୍ତ୍ତି, ଦିଲ୍ଲୀରେ ହେଲା ଅନାବରଣ
ନ୍ୟୁୟର୍କ ମାଡାମ ତୁସାଦ ମ୍ୟୁଜିୟମରେ ସ୍ଥାନ ପାଇବ ସ୍ୱାମୀ ବାବା ରାମଦେବଙ୍କ ମହମ ପ୍ରତିମୂର୍ତ୍ତି । ଦିଲ୍ଲୀରେ ‘ମାଡାମ ତୁସାଦ ନ୍ୟୁୟର୍କ’ ଏକ କାର୍ଯ୍ୟକ୍ରମରେ ଯୋଗଗୁରୁ ରାମଦେବଙ୍କ ମହମ ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି । ତେବେ ବାବାଙ୍କ ପ୍ରତିମୂର୍ତ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି ପାଖରେ ସ୍ଥାନ ପାଇବ ବୋଲି ଖବର ମିଳିଛି ।

ନ୍ୟୁୟର୍କ ମାଡାମ ତୁସାଦ ମ୍ୟୁଜିୟମରେ ସ୍ଥାନ ପାଇବ ସ୍ୱାମୀ ବାବା ରାମଦେବଙ୍କ ମହମ ପ୍ରତିମୂର୍ତ୍ତି । ଦିଲ୍ଲୀରେ ‘ମାଡାମ ତୁସାଦ ନ୍ୟୁୟର୍କ’ ଏକ କାର୍ଯ୍ୟକ୍ରମରେ ଯୋଗଗୁରୁ ରାମଦେବଙ୍କ ମହମ ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି । ସ୍ୱାମୀ ବିବେକାନନ୍ଦଙ୍କ ପରେ ବାବା ରାମଦେବ ଦ୍ୱିତୀୟ ସନ୍ନ୍ୟାସୀ ଭାବେ ସ୍ଥାନ ପାଇବେ । ତେବେ ବାବାଙ୍କ ପ୍ରତିମୂର୍ତ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି ପାଖରେ ସ୍ଥାନ ପାଇବ ବୋଲି ଖବର ମିଳିଛି ।
ନିଜେ ବାବା ରାମଦେବ ସୋସିଆଲ ମିଡିଆରେ ଏହାର ଫଟୋ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ପ୍ରଥମ ଥର ପାଇଁ ମାଡାମ ତୁସାଦ ମ୍ୟୁଜିୟମରେ ଜଣେ ଯୋଗୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଛି ।
First time the statue of a Yogi be installed at @MadameTussauds museum. This will further add to the glory of the science of Yoga and will motivate people across the globe to adopt a Yogic lifestyle pic.twitter.com/Sg4F5lFSEY
— स्वामी रामदेव (@yogrishiramdev) June 25, 2018
ମାଡାମ ତୁସାଦ ମ୍ୟୁଜିୟମରେ ଏପର୍ଯ୍ୟନ୍ତ ଭାରତୀୟ ସେଲିବ୍ରିଟିଙ୍କ ମହମ ପ୍ରତିମୂର୍ତ୍ତି ସ୍ଥାନ ପାଇସାରିଛି । ଭଗତ ସିଂ, ଇନ୍ଦିରା ଗାନ୍ଧି, ମହାତ୍ମା ଗାନ୍ଧି, ନରେନ୍ଦ୍ର ମୋଦି, ଅମିତାଭ ବଚ୍ଚନ, ମିଲଖା ସିଂ, ମେରିକମ, କପିଲ ଦେବ, ସଚିନ ତେନ୍ଦୁଲକର, ବିରାଟ କୋହଲି, ଲତା ମଙ୍ଗେସକର, ଐଶ୍ୱର୍ଯ୍ୟା ରାୟ, ଶାହରୁଖ ଖାନ, ସଲମାନ ଖାନ ଏବଂ ହ୍ରିତିକ ରୋଶନଙ୍କ ନାମ ସାମିଲ ରହିଛି ।