ନିର୍ବାଚନ ଲଢ଼ିବେନି କଂଗ୍ରେସର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ସାନ ପୁଅ ଲଢ଼ିବେ ନିର୍ବାଚନ !

ଆସନ୍ତା ନିର୍ବାଚନ ଲଢ଼ିବେନି କଂଗ୍ରେସର ଭେଟରାନ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ।  ତାଙ୍କ ବଦଳରେ ସାନ ପୁଅ ସମରେନ୍ଦ୍ର ମିଶ୍ର ନିର୍ବାଚନ ଲଢ଼ିବେ। ଏହି ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଭୁବନେଶ୍ୱର (କେନ୍ୟୁଜ୍‌) : ୨୪ ନିର୍ବାଚନ ଲଢ଼ିବେ କିଛି ଭେଟରାନଙ୍କ ପୁଅ । ବାପାଙ୍କ ସ୍ଥାନରେ ସେମାନେ ମଇଦାନକୁ ଓହ୍ଲାଇବେ । ଏନେଇ ଆରମ୍ଭ ହେଲାଣି ଚର୍ଚ୍ଚା । ଆସନ୍ତା ନିର୍ବାଚନ ଲଢ଼ିବେନି କଂଗ୍ରେସର ଭେଟରାନ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ।  ତାଙ୍କ ବଦଳରେ ସାନ ପୁଅ ସମରେନ୍ଦ୍ର ମିଶ୍ର ନିର୍ବାଚନ ଲଢ଼ିବେ। ଏହି ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ସେହିପରି ଘଷିପୁରା ବିଧାୟକ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି । ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସ୍ଥାନରେ ତାଙ୍କ ପୁଅ ପ୍ରୟାସକାନ୍ତି ସାମଲ ମଇଦାନକୁ ଓହ୍ଲାଇପାରନ୍ତି ବୋଲି କୁହାଯାଉଛି । ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି ମଧ୍ୟ ରେସରେ ଅଛନ୍ତି । ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଦୁଇ ପୁଅ ସିଦ୍ଧାର୍ଥ ଓ ମନ୍ମଥ ୨୪ ମଇଦାନକୁ ଓହ୍ଲାଇବେ । ଏନେଇ ସେମାନେ ଘୋଷଣା କରିସାରିଛନ୍ତି । ସେହିପରି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ମଧ୍ୟ ରେସରେ ଅଛନ୍ତି । ପୂର୍ବତନ କଂଗ୍ରେସ ବିଧାୟକ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମଧ୍ୟ ୨୪ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.