ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍‌, Cipher ମାମଲାରେ କୋର୍ଟ କଲେ ଦଣ୍ଡିତ

ସାଇଫର୍‌ (Cipher) ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଇମ୍ରାନଙ୍କ ସହ ତାଙ୍କ ସହଯୋଗୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସୀଙ୍କୁ ମଧ୍ୟ ୧୦ ବର୍ଷର ଦଣ୍ଡ ଶୁଣାଯାଇଛି ।

ଇମ୍ରାନ ଖାନ ବର୍ତ୍ତମାନ ରାୱଲପିଣ୍ଡିର ଆଦିୟାଲା ଜେଲରେ ଅଛନ୍ତି ଏବଂ ସେଠାରେ ଏହି ମାମଲାର ରାୟ ଘୋଷଣା କରାଯାଇଛି । ସ୍ୱତନ୍ତ୍ର କୋର୍ଟଙ୍କ ଏହି ନିଷ୍ପତ୍ତି ଇମ୍ରାନଙ୍କ ପାଇଁ ଏକ ବଡ଼ ଝଟ୍‌କା ବୋଲି କୁହାଯାଉଛି । କାରଣ, ସେ ପାକିସ୍ତାନରେ ସାଧାରଣ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ ।

କୁହାଯାଉଛି ଯେ ବର୍ତ୍ତମାନ ଉଭୟ ନେତାଙ୍କୁ ୧୦-୧୦ ବର୍ଷର ଦଣ୍ଡାଦେଶ ପରେ ନିର୍ବାଚନରେ ଲଢ଼ିବାର ରାସ୍ତା ବନ୍ଦ ହୋଇଯାଇଛି । ଯଦିଓ ଏବେ ତାଙ୍କ ପାଖରେ ହାଇକୋର୍ଟରେ ଆବେଦନ କରିବାର ବିକଳ୍ପ ରହିଛି, କିନ୍ତୁ ଯେଉଁଭଳି ଭାବେ ସେନା ସହ ତାଙ୍କର ବିବାଦ ଚାଲିଛି, ଏଥିରୁ ଅନୁମାନ କରାଯାଉଛି, କୋର୍ଟଙ୍କଠାରୁ ତାଙ୍କୁ କୌଣସି ଆଶ୍ୱସ୍ତି ମିଳିବ ନାହିଁ ।

କହି ରଖୁଛୁ, ନିର୍ବାଚନ ପୂର୍ବରୁ ଇମ୍ରାନ ଖାନଙ୍କ ପାର୍ଟିଠାରୁ ଏହାର ଦଳୀୟ ଚିହ୍ନ ବ୍ୟାଟ୍ ଛଡ଼ାଇ ନିଆଯାଇଥିଲା ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.