ଲୁଣ ଦେଇ ଚିକିତ୍ସା କରିବା ଘଟଣା , ଭିମ୍‌ସାର ନିର୍ଦ୍ଦେଶକ ଡ.ଅଶ୍ୱିନୀ ପୂଜାହାରୀଙ୍କ ପ୍ରତି ବଢ଼ୁଛି ଜନ ସମର୍ଥନ

ସମ୍ବଲପୁର : ଭିମ୍‌ସାର ନିର୍ଦ୍ଦେଶକ ଡ.ଅଶ୍ୱିନୀ ପୂଜାହାରୀଙ୍କ ପ୍ରତି ବଢ଼ୁଛି ଜନ ସମର୍ଥନ । ସାମ୍ନାକୁ ଆସିଛି ଦୁଇଟି ନୂଆ ଭିଡିଓ । ଲୁଣ ଚିକିତ୍ସାରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା କହିଛନ୍ତି ଅନୁଗୁଳ ଓ ବରଗଡର ଦୁଇଜଣ ରୋଗୀ । ସୂଚନା ମୁତାବକ, ବରଗଡର ନିତ୍ୟାନନ୍ଦ ସାହୁ ନଭେମ୍ବର ୧୨ ତାରିଖରେ ଚିକିତ୍ସା ପାଇଁ ଭିମ୍‌ସାରରେ ଆଡମିଟ୍‌ ହୋଇଥିଲେ । ଲୁଣ ଚିକିତ୍ସାରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ନେଇ ଏକ ଭିଡିଓ ଭାଇରାଲ କରିଛନ୍ତି । ତାଙ୍କ ସହମତିରେ ଭିମସାର ନିର୍ଦ୍ଦେଶକ ଲୁଣ ଚିକିତ୍ସା କରିଥିଲେ ବୋଲି ସେ କହିଛନ୍ତି । ସେପଟେ ଅନୁଗୁଳର ଜଣେ ରୋଗୀ ମଧ୍ୟ ଲୁଣ ଚିକିତ୍ସାରେ ଭଲ ହୋଇଥିବା ଭିଡିଓରେ କହିଛନ୍ତି । ଭିଡିଓ ଭାଇରାଲ ପରେ ଭିମସାର ନିର୍ଦ୍ଦେଶକଙ୍କୁ ଭିମସାର ଫେରାଇ ଆଣିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.