ଗୀତା ଦାସ, ଓମ୍ ପ୍ରକାଶ ମହାନ୍ତିଙ୍କୁ ‘ସ୍ମୃତିରେ ଆମ ଅକ୍ଷୟ’ ସମ୍ମାନ

ବାଲେଶ୍ୱର (କେ ନ୍ୟୁଜ୍) : ବାଲେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି ୧୭ତମ ଅକ୍ଷ ୟ ଉତ୍ସବ-୨୦୧୮ । ଅକ୍ଷୟ କମିଟି ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅକ୍ଷୟ ସଙ୍ଗୀତକୁ ଉପଭୋଗ କରିବା ପାଇଁ ଭିଡ ଜମିଥିଲା। ପୁରୁଣା ଦିନର ଅଭୁଲା ସଙ୍ଗୀତ ଗୁଡିକୁ କଳାକାରମାନେ ଖୁବ୍ ସୁନ୍ଦର ଭାବେ ପରିବେଷଣ କରିଥିଲେ । ଏଥିସହ ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ଦାସ ଓ ସଙ୍ଗୀତ ନିର୍ଦ୍ଦେଶକ ଓମ୍ ପ୍ରକାଶ ମହାନ୍ତିଙ୍କୁ ‘ସ୍ମୃତିରେ ଆମ ଅକ୍ଷୟ’ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ଉତ୍ସବ ୧୭ବର୍ଷ ଧରି ପାଳିତ ହୋଇ ଆସୁଛି। ଶେଷରେ ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ତ ଜେନା ଓ ମହମ୍ମଦ ଅଜିଜ୍ଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।