Below header

ସେଲଫି ନେଲା ବେଳେ ନଦୀରେ ପଡ଼ି ବୋଷ ଇଂଜିନିୟରିଂ ଛାତ୍ର ନିଖୋଜ

ଆନନ୍ଦପୁର (କେ ନ୍ୟୁଜ୍‌) : ସେଲ୍ଫି ହେଲା କାଳ, ବୈତରଣୀ ନଦୀରେ ଭାସି ଯାଇ ଇଞ୍ଜିନୟରିଂ ଛାତ୍ର ନିଖୋଜ । କଟକ ବୋଷ ଇଞ୍ଜିନିୟରିଂ କଲେଜରୁ ତିନି ଜଣ ସାଙ୍ଗ ଘଟଗାଁ ମା ତାରିଣୀଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ଏହି ଅଘଟଣ ଘଟିଛି । ଏମାନଙ୍କ ମଧ୍ୟରୁ ଜଣେ ଛାତ୍ର ନିଖୋଜ ହୋଇ ଯାଇଛି । ତିନି ଛାତ୍ର ବିଭୁ ପ୍ରସାଦ ବେହେରା, ବିଭୁ ପାଦାନନ୍ଦ ପ୍ରଧାନ ଏବଂ ବୈଲୋଚନ ସାମଲ ବୁଲିବାକୁ ଆସିଥିଲେ । ତେବେ ଘଟଗାଁରେ ତାରିଣୀ ଦର୍ଶନ ପରେ ଫେରିବା ବାଟରେ ଆନନ୍ଦପୁର ବୈତରଣୀ ବ୍ୟାରେଜ୍ ଦେଖିବା ପାଇଁ ପହଞ୍ଚିଥିଲେ । ବ୍ୟାରେଜ୍ ତଳକୁ ଯାଇ ନଦୀ ସହ ନିଜ ମୋବାଇଲରେ ସେଲଫି ନେବା ବେଳେ ହଠାତ୍ ବୈଲୋଚନଙ୍କ ପାଦ ଖସି ଯାଇଥିଲା ଓ ସେ ନଦୀରେ ଭାସି ଯାଇଥିଲେ । ଖବର ପାଇ ଆନନ୍ଦପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଥିଲେ ମଧ୍ୟ ବୈଲୋଚନଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ । ବୈଲୋଚନଙ୍କ ଘର ଯାଜପୁର ବୋଲି ଜଣା ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.