ବେଙ୍ଗାଲୁରୁ : ଚିନି କଳରେ ବିସ୍ଫୋରଣ, ୬ ଜଣଙ୍କ ମୃତ୍ୟୁ

ବେଙ୍ଗାଲୁରୁ : କର୍ଣ୍ଣାଟକର ବାଗଲକୋଟରେ ଥିବା ଏକ ଚିନି କଳରେ ବଏଲର୍‌ ଫାଟି ଯାଇ ୬ ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ଆଉ କିଛି ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ମୁରଗେଶ ନିରାନି ଏବଂ ତାଙ୍କ ଭାଇମାନେ ହେଉଛନ୍ତି ଏହି ନିରାନି ଚିନି କଳର ମାଲିକ । ସେ ଏବେ ବିଜେପି ଦଳର ବିଧାୟକ ଅଛନ୍ତି । ଆଜି ଦିନ ପ୍ରାୟ ୧୨ଟା ପରେ ବିସ୍ଫୋରଣ ଘଟିଥିଲା । ଏହା ପରେ ଅଗ୍ନିଶମ ବାହିନୀ ଓ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ପୋଲିସ୍‌ ପହଞ୍ଚି ଘଟଣାର ତଦନ୍ତ କରୁଛି । କାରଖାନାରେ ପ୍ରାୟ ୧ ହଜାର କର୍ମଚାରୀ କାମ କରନ୍ତି ।

BOILER PLANT

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.