Below header

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ: ଡାକ୍ତରଖାନା କର୍ମଚାରୀ ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ହାତାହାତି

କରଞ୍ଜିଆ(କେନ୍ୟୁଜ୍): ରୋଗୀ ମୃତ୍ୟୁକୁ ନେଇ କରଞ୍ଜିଆ ଉପଖଣ୍ଡ ମେଡ଼ିକାଲରେ ଉତ୍ତେଜନା। କିଛି ସମୟ ପାଇଁ ହସ୍ପିଟାଲର ରାଗୀଙ୍କ ସମ୍ପର୍କୀୟ ଓ ଡାକ୍ତରଖାନା କତ୍ତୃପକ୍ଷଙ୍କ ମଧ୍ୟରେ ଦେଖାଦେଇଥିଲା ଚାପା ଉତ୍ତେଜନା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ୟେକ୍ତ ରୋଗୀ ସମ୍ପକୟୀଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତିରେ ସୁଧାର ଆସିଥିଲା। ମିଳିଥିବା ସୂଚନା ଅନୁସାରେ,ଗତକାଲି ଅପରାହ୍ନରେ କରଂଜିଆ ବ୍ଲକ ନେଡୁଆପାଳ ଗାଁର ସୁକୁମୋତି ରଣା ନାମକ ଜନୈକ ମହିଳା ପେଟ ବ୍ୟଥା ଓ ଝାଡା ହେଉଥିବା ନେଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ତେବେ ଭର୍ତ୍ତି ହେବାର କିଛି ସମୟ ପରେ ଡାକ୍ତରଙ୍କ ଚିକିତ୍ସାରେ ସାମାନ୍ୟ ଆସ୍ୱସ୍ତି ଲାଭ କରିଥିଲେ।  କିନ୍ତୁ ପୁନର୍ବାର ବିଳମ୍ବିତ ରାତିରେ ପୁଣି ପେଟ ବ୍ୟଥା ନେଇ ଗୁରୁତର ହୋଇପଡ଼ିଥିଲେ।

 ଆଜି ସକାଳୁ  ଡାକ୍ତରଙ୍କ  ଚିକିତ୍ସା  ସମୟ ପୂର୍ବରୁ ଯେତେବେଳେ ସୁକୁମୋତି ପେଟ ବ୍ୟଥା ନେଇ ଅତି କଷ୍ଟ ପାଇଥିଲେ,ସେତେବେଳେ ପାଖରେ ଥିବା ସମ୍ପର୍କୀୟ ଡାକ୍ତରଙ୍କ ସହାୟତା ଲୋଡିଥିଲେ। କିନ୍ତୁ ଦିନ ୧୧ସୁଦ୍ଧା ସେମାନଙ୍କୁ ମେଡ଼ିକାଲ ପକ୍ଷରୁ କୌଣସି ସେବା ସହାୟତା ମିଳିନଥିଲା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।ଯାହାକୁ ନେଇ ମହିଳା ଜଣକ ଅତି କଷ୍ଟ ପାଇଥିଲେ।ଆଉ ଏହାରି ଭିତରେ ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ପାଖାପାଖି ଦିନ ୨ଟାରେ ମେଡ଼ିକାଲ କତ୍ତୃପକ୍ଷ କେନ୍ଦୁଝର ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। ଆଉ ସ୍ଥାନାନ୍ତର କରିବା ପୂର୍ବରୁ ରୋଗୀ ଜଣକ ଛଟପଟ ହୋଇ କରଂଜିଆ ମେଡ଼ିକାଲରେ ମୃତ୍ୟୁବରଣ କରିଥିଲେ। ଯାହାକୁ ନେଇ ଉପସ୍ଥିତ ରୋଗୀ ସମ୍ପର୍କୀୟମାନେ ମେଡ଼ିକାଲର ସିକ୍ୟୁରିଟି,ଅଟେଣ୍ଡାଣ୍ଟ ମାନଙ୍କୁ ଆକ୍ରମଣ କରିଥିଲେ।ଫଳରେ ମେଡ଼ିକାଲ ପରିସର କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ରହିଥିଲା।ତେବେ ଖବର ପାଇ କରଂଜିଆ ଉପଖଣ୍ଡ ପୋଲିସ ଅଧିକାରୀ ଓ ଥାନାଧିକାରୀ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.