ପରକୀୟା ପ୍ରୀତି ପାଇଁ ପାଟଣାଗଡ଼ ତମିଆ ବିଘ୍ନରାଜ ପୁଟେଲଙ୍କୁ ହତ୍ୟା, ଦ୍ୱିତୀୟ ବିବାହ ପାଇଁ ଏତେ ବଡ଼ କାଣ୍ଡ ଘଟାଇଛି ସ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):ପାଟଣାଗଡ଼ ତମିଆ ବିଘ୍ନରାଜ ପୁଟେଲ ହତ୍ୟା ଘଟଣାରେ ଭିନ୍ନ ମୋ଼ଡ । ପରକୀୟା ପ୍ରୀତି ପାଇଁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ଜେଲ ଗଲେ ପତ୍ନୀ ସହ ଯୁବକ । ପ୍ରେମିକକୁ ପାଇବା ପାଇଁ ସ୍ତ୍ରୀ ନିଜେ ହିଁ ସ୍ୱାମୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଲରମ୍ବା ଥାନା ତମିଆଁ ଗାଁର ବିଘ୍ନରାଜ ପୁଟେଲ ଗତ ୨୮ ତାରିଖ ଦିନ ନିଖୋଜ ଥିବା ନିଜେ ପତ୍ନୀ ଆରତୀ ପୁଟେଲ ଥାନାରେ ଅଭିଯୋଗ କରିଥିଲେ ।

ଘଟଣାରେ ସମ୍ପୃକ୍ତ କୈଳାଶ ପୁଟେଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅନ୍ୟ ଅଭିଯୁକ୍ତ ଶୁକୃ ପୁଟେଲ ଫେରାର ଥିବା ସୂଚନା ମିଳିଛି । ଦ୍ୱିତୀୟ ବିବାହ କରିବାର ଆଶା ଏବଂ ପ୍ରେମିକକୁ ପାଇବାର ଇଚ୍ଛା ପାଇଁ ଆରତୀ ବିଘ୍ନରାଜଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.