ପିସି ଦେଇ ବକେୟା ପାଇଲେ, ଏମିତି ଅଭିଯୋଗ ଆସିଲା ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକଙ୍କ ବିରୋଧରେ

ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ୩୦ ପ୍ରତିଶତ ପିସି ନେଇଥିବା ଅଭିଯୋଗ

ଆନନ୍ଦପୁର : ଚେକ୍‌ ମାଧ୍ୟମରେ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ୩୦ ପ୍ରତିଶତ ପିସି ନେଇଥିବା ଅଭିଯୋଗ । ୨୦୨୦ ମସିହା ରୁ ବଦଳି ହୋଇଥିଲେ ମଧ୍ୟ ଛାଡ଼ୁ ନାହାନ୍ତି ପଦବି । ଏଭଳି ଅଭିଯୋଗ ହୋଇଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଏକାଦଶୀ ଦାଶଙ୍କ ନାମରେ ।

ଅଭିଯୋଗ ଅନୁଯାୟୀ ଆରସିଏମ୍‌୍‌ରେ ଚାକିରି କରିଥିବା ଭାଗିରଥି ମହାରଣା ଗତ ଜାନୁୟାରୀ ମାସରେ ଅବସର ଗ୍ରହଣ କରିଥିଲେ । ତାଙ୍କ ଚାକିରି ସମୟର ୩ ଲକ୍ଷ ୫୭ ହଜାର ୯ ଶହ ୮୦ ଟଙ୍କା ବକେୟା ସେ ପାଇବାର ଥିଲା । ଏହି ଟଙ୍କା ଦେବାକୁ କୁଆଡ଼େ ଏକାଦଶୀ ଦାଶ ୩୦ ପ୍ରତିଶତ ପିସି ଦେଲେ ଟଙ୍କା ପ୍ରଦାନ କରାଯିବ ବୋଲି କହିଥିବା ଭାଗିରଥି ଅଭିଯୋଗ କରିଛନ୍ତି । ପୁଣି ଭାଗିରଥିଙ୍କ ଠାରୁ ବ୍ଲାଙ୍କ ଚେକ୍‌୍‌ରେ ଦସ୍ତଖତ କରି ନେଇଥିବା ଅଭିଯୋଗ ବି କରିଛନ୍ତି। ପିସି ବାବଦକୁ ୧ ଲକ୍ଷ ୭ ହଜାର ଟଙ୍କା ଦେବାକୁ ତାଙ୍କୁ କୁହାଯାଇଥିଲା । ତେବେ ଆଗକୁ ଭାଗିରଥିଙ୍କ ଝିଅ ବାହାଘର ଥିବାରୁ ବାଧ୍ୟ ହୋଇ ସେତିକି ଟଙ୍କା ସେ ଦେଇଥିବା କହିଛନ୍ତି ଭାଗିରଥି।

ଶେଷରେ ଜାନୁଆରୀ ୧୯ ତାରିଖରେ ଭାଗିରଥିଙ୍କ ଆକାଉଣ୍ଟକୁ ବକେୟା ଅର୍ଥ ଆସିଥିଲା । ଏପଟେ ସେହିଦିନ ତାଙ୍କ ଆକାଉଣ୍ଟରୁ ୬୭୪୮୨୬ ନମ୍ବର ଚେକ୍‌୍‌ରେ ଆନନ୍ଦପୁର ନିୟନ୍ତ୍ରିତ ବଜାର କମିଟିର ଆକାଉଣ୍ଟାଣ୍ଟ ଦାୟିତ୍ଵରେ ଥିବା ବିଦ୍ୟାଧର ସା ୧ ଲକ୍ଷ ୭ ହଜାର ଟଙ୍କା ଉଠାଇଥିବା ଜଣା ପଡିଛି ।

ANANDAPUR-2

ଅନ୍ୟ ପକ୍ଷରେ ଏକାଦଶୀ ଦାଶଙ୍କର କୋ-ଅପରେଟିଭ ସୋସାଇଟି ପକ୍ଷରୁ ୨୦୨୦ ମସିହା ଜୁନ ମାସ ୧୨ ତାରିଖରେ ପାନପୋଷକୁ ବଦଳି ନିର୍ଦ୍ଦେଶ ଥିବା ବେଳେ ସେ ଆଜି ପର୍ଯ୍ୟନ୍ତ ପଦବି ଛାଡୁ ନାହାନ୍ତି ।
ତେବେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ । ସେ କୌଣସି ପିସି ନେଇନଥିବା ବେଳେ ଅଭିଯୋଗରେ କିଛିବି ସତ୍ୟାସତ୍ୟ ନାହିଁ ବୋଲି କହିଛନ୍ତି ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ । ଅନ୍ୟପକ୍ଷରେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆନନ୍ଦପୁର ଉପଜିଲ୍ଲାପାଳ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.