ମାଟିରେ ମିଶିଯିବ ଦିଲୀପ କୁମାରଙ୍କ ବିଳାସମୟ ପାଲି ହିଲ୍‌ ବଙ୍ଗଳା, ତିଆରି ହେବ ନୂଆ ପ୍ରୋଜେକ୍ଟ; କମ୍ପାନୀ ସହିତ ପରିବାରର ଚୁକ୍ତି

ଭଙ୍ଗାଯିବ ଦିବଂଗତ ଅଭିନେତା ଦିଲୀପ କୁମାରଙ୍କ ବିଳାସମୟ ବଙ୍ଗଳା। ତାଙ୍କର ମୁମ୍ବାଇସ୍ଥିତ ପାଲି ହିଲ୍‌ ବଙ୍ଗଳାକୁ ଭାଙ୍ଗି ସେଠାରେ ନୂତନ ପ୍ରୋଜେକ୍ଟ ତିଆରି ହେବ। ଦିଲୀପ କୁମାରଙ୍କ ପରିବାର ଏହି ବିଳାସପୂର୍ଣ୍ଣ ପ୍ରୋଜେକ୍ଟ ପାଇଁ ଏକ କମ୍ପାନୀ ସହିତ ଚୁକ୍ତିନାମା କରିଛନ୍ତି।

ଭଙ୍ଗାଯିବ ଦିବଂଗତ ଅଭିନେତା ଦିଲୀପ କୁମାରଙ୍କ ବିଳାସମୟ ବଙ୍ଗଳା। ତାଙ୍କର ମୁମ୍ବାଇସ୍ଥିତ ପାଲି ହିଲ୍‌ ବଙ୍ଗଳାକୁ ଭାଙ୍ଗି ସେଠାରେ ନୂତନ ପ୍ରୋଜେକ୍ଟ ତିଆରି ହେବ। ଖବର ମୁତାବକ, ଦିବଂଗତ ସୁପରଷ୍ଟାରଙ୍କ ପରିବାର ସଦସ୍ୟ ବଙ୍ଗଳାକୁ ଭାଙ୍ଗିବା ଏବଂ ଉକ୍ତ ଜାଗାରେ ଏକ ଆକର୍ଷଣୀୟ ଆବାସୀୟ ପରିଯୋଜନା କରିବା ଉପରେ ସହମତି ପ୍ରକାଶ କରିଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ, ଏହି ଜାଗା ଉପରେ ଅଭିନେତାଙ୍କ ଜୀବନଶୈଳୀ ଏବଂ ତାଙ୍କ ଉପଲବ୍ଧିଗୁଡ଼ିକୁ ମନେ ପକାଇବା ପାଇଁ ଏକ ମ୍ୟୁଜିୟମ୍‌ ମଧ୍ୟ ତିଆରି ହେବ। ଦିଲୀପ କୁମାରଙ୍କ ଏହି ବଙ୍ଗଳା ମୁମ୍ବାଇର ସବୁଠାରୁ ମହଙ୍ଗା ଅଞ୍ଚଳରେ ପ୍ରାୟ ଅଧ ଏକର ପରିମିତ ଜାଗାରେ ନିର୍ମିତ ହୋଇଛି।

ଏହି ନୂତନ ପ୍ରୋଜେକ୍ଟରେ ମୋଟ ନିର୍ମାଣ କ୍ଷେତ୍ର ରହିବ ୧.୭୫ ଲକ୍ଷ ବର୍ଗଫୁଟ୍‌। ଏଠାରେ ୧୧ ମହଲା ବିଶିଷ୍ଟ ଆବାସୀୟ ପ୍ରୋଜେକ୍ଟ ତିଆରି ହେବାକୁ ଯୋଜନା ଚାଲିଛି। ଦିଲୀପ କୁମାରଙ୍କ ପରିବାର ଏହି ବିଳାସପୂର୍ଣ୍ଣ ପ୍ରୋଜେକ୍ଟ ପାଇଁ ଏକ କମ୍ପାନୀ ସହିତ ଚୁକ୍ତିନାମା କରିଛନ୍ତି।

ଆଗାମୀ ୨୦୨୭ ସୁଦ୍ଧା ଏହି ପରିଯୋଜନା ଶେଷ ହେବ। ଏଥିରୁ ୯୦୦ କୋଟି ଟଙ୍କାର ବୃହତ୍‌ ରାଜସ୍ୱ ମିଳିବ ବୋଲି ଆଶା କରାଯାଉଛି। ସୂଚନା ଅନୁସାରେ, ଦିବଂଗତ ଅଭିନେତାଙ୍କ ବଙ୍ଗଳା ବିଗତ ଅନେକ ବର୍ଷ ଧରି ଆଇନଗତ ବିବାଦରେ ଛନ୍ଦି ହୋଇପଡ଼ିଥିଲା। ୧୯୫୩ରେ ଅଭିନେତା ଏହାକୁ କମରୁଦ୍ଦୀନ ଲତୀଫ୍‌ ନାମକ ବ୍ୟକ୍ତିଙ୍କଠାରୁ ପ୍ରାୟ ୧.୪ ଲକ୍ଷ ଟଙ୍କାରେ କିଣିଥିଲେ।

କହି ରଖୁଛୁ, ହିନ୍ଦୀ ସିନେମା ଜଗତର ମହାନ୍‌ ଅଭିନେତା ଦିଲୀପ କୁମାର ୨୦୨୧ ଜୁଲାଇ ୭ରେ ହିନ୍ଦୁଜା ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କର ବୟସ ୯୮ ବର୍ଷ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.