ବରିଷ୍ଠ ମାନଙ୍କ ଅନୁଭବକୁ କାମରେ ଲଗାଇ ଦଳକୁ ଆଗକୁ ନେବ କଂଗ୍ରେସ, ଦିଲ୍ଲୀ ଗଲେ ପିସିସି ସଭାପତି

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀ ଗଲେ ପିସିସି ସଭାପତି ଶରତ ପଟ୍ଟନାୟକ । ସେଠାରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ସାଙ୍ଗଠନିକ ବିଷୟରେ ଆଲୋଚନା କରିବେ । ଏଥର ସଂଗଠନରେ ଯୁବକ ମାନଙ୍କୁ ପ୍ରାଧାନ୍ୟ ଦିଆଯିବ । ଏହାସହ ବରିଷ୍ଠ ମାନଙ୍କ ଅନୁଭବକୁ କାମରେ ଲଗାଇ ଦଳକୁ ଆଗକୁ ନେବ କଂଗ୍ରେସ । ଦଳରେ କୌଣସି ବିବାଦ ନାହିଁ ।

ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ କ୍ଷମତାରୁ ନବୀନ ପଟନାୟକଙ୍କୁ ହଟାଇବା । ବ୍ରଜରାଜନଗରରେ ଉପ ନିର୍ବାଚନରେ କଂଗ୍ରେସ ୨ ନମ୍ବରକୁ ଆସିଛି । ଏଥିରୁ ସ୍ପଷ୍ଟ ରାଜ୍ୟବାସୀ କଂଗ୍ରେସକୁ ବିକଳ୍ପ ଭାବେ ଗ୍ରହଣ କଲେଣି । ଦଳ ଛାଡିଥିବା ନେତାଙ୍କୁ ଏବେ ଘରକୁ ଫେରେଇ ଆଣିବାକୁ ପ୍ରୟାସ ଚାଲିଛି । ଖୁବ ଶୀଘ୍ର କଂଗ୍ରସର ସମସ୍ତ କମିଟି ଗଠନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.