ଗୋ ହତ୍ୟା ଓ ଗୋ ଚାଲାଣ ରୋକିବାକୁ ଶାନ୍ତିପୂର୍ଣ୍ଣ ବିରୋଧ, ମୁହଁରେ କଳା ପଟି ବାନ୍ଧି ବଜରଙ୍ଗ ଦଳ ପକ୍ଷରୁ ନୀରବ ପ୍ରତିବାଦ

ଭୁବନେଶ୍ବର: ରାଜ୍ୟରେ ଗୋ ହତ୍ୟା ଓ ଗୋ ଚାଲାଣ ନିଷ୍ଠୁରତାର ସହ ବଢି ଚାଲିଛି । ସେଥିପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏକ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ ଜାରି ରଖିଛି ବଜରଙ୍ଗ ଦଳ ।

ଏହି କାର୍ଯ୍ୟକ୍ରମରେ ସମସ୍ତ ଗୋରକ୍ଷକ ମୁହଁରେ କଳା ପଟି ବାନ୍ଧି ନୀରବରେ ବସିବା ସହ ଜଗନ୍ନାଥଙ୍କ ଭୂମିରେ ଗୋ-ସୁରକ୍ଷା ଆଇନ୍‌କୁ କଠୋର ଭାବେ ଲାଗୁ କରିବାକୁ ଦାବି କରିଛନ୍ତି । ଏହି ଶାନ୍ତିପୂର୍ଣ୍ଣ ବିରୋଧ ବିଭିନ୍ନ ସ୍ଥାନରେ ଅର୍ନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.