ଯାଜପୁର : ମହିଳା ପିଇଓଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସସପେନ୍ସ ଜାରି, ବିଭିନ୍ନ ମାନସିକ ଚାପ ଦିଆଯାଉଥିବା ନେଇ ସ୍ୱାମୀଙ୍କ ବୟାନ୍

ଯାଜପୁର ଟାଉନ, ଯାଜପୁର(କେନ୍ୟୁଜ୍): ଯାଜପୁର ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ଅଧିକାରୀ ସ୍ମିତାରାଣି ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଏବେ ସସପେନ୍ସ ଜାରି ରହିଛି । ଏହା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ସ୍ମିତାରାଣିଙ୍କ ସ୍ୱାମୀ ସୁଶିଲ କୁମାର ବିଶ୍ୱାଳ । ସୁଶିଳ ଅଭିଯୋଗ କରିଛନ୍ତି ସ୍ମିତା କେବେ ବି ଆତ୍ମହତ୍ୟା କରିପାରିବେ ନାହିଁ । ତାଙ୍କୁ ବିଭିନ୍ନ ଅନିୟିତତା କାମ ପାଇଁ ମାନସିକ ଚାପ ଦିଆଯାଉଥିଲା । ଯଦି ଆତ୍ମହତ୍ୟା କରିଛନ୍ତି ତା ହେଲେ ଏହାର କାରଣ କଣ ବୋଲି ତାଙ୍କ ସ୍ୱାମୀ ପ୍ରଶ୍ନ କରିଛନ୍ତି । ସ୍ମିତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି ଯାହାକି ଆତ୍ମହତ୍ୟା ଅଭିଯୋଗ ଉପରେ ସନ୍ଦେହ ସୃଷ୍ଟି କରିଛି ।

smita murderସ୍ମିତାରାଣି ଗତକାଲି ହରିଦାସପୁର ସରପଂଚଙ୍କ ବ୍ୟକ୍ତିଗତ ଗେଷ୍ଟହାଉସକୁ ଯାଇଥିଲେ । ସେଠାରେ ଅନ୍ୟ କେତେକ ଲୋକ ଥିବା ସମୟରେ ସ୍ମିତାରାଣି କିଭଳି ଆତ୍ମହତ୍ୟା କଲେ ଏବଂ ଅନ୍ୟମାନେ କିଭଳି ଜାଣିପାରିଲେ ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଆଜି ସ୍ମିତାରାଣିଙ୍କ ଶବକୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଛି । ତେବେ ଏହି ଘଟଣା ସଂପର୍କରେ ପୋଲିସ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛି ।

ସ୍ମିତାରାଣୀଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପରିବାରଲୋକେ । ବାପା ସଦାନନ୍ଦ ବିଶ୍ୱାଳ ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଗତକାଲି ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏପଟେ ଏହା ଆତ୍ମହତ୍ୟା ନା ହତ୍ୟା ସେ ନେଇ ସନ୍ଦେହ ପ୍ରକଟ କରିଛନ୍ତି ମୃତ ସ୍ମିତାରାଣୀଙ୍କ ସ୍ୱାମୀ ସୁଶୀଲ କୁମାର ବିଶ୍ୱାଳ । ଘଟଣା ପରେ ଯାଜପୁର ଏସଡିପିଓ କେଦାରନାଥ ସାହୁ ଘଟଣାର ତଦନ୍ତ କରିବା ସହ ଗତକାଲି ସରପଂଚଙ୍କ ସ୍ୱାମୀ ରୁପେଶ ସହ ସେଠାରେ ଥିବା ୪ଜଣଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।

  • ତେବେ ସ୍ମିତାରାଣୀ ସରକାରୀ କାର୍ଯ୍ୟରେ ଥାଇ ଆତ୍ମହତ୍ୟା କାହିଁକି କଲେ?
  • ସରପଞ୍ଚଙ୍କ ଅନୁପସ୍ଥିତିରେ ସେ ଏକା କାହିଁକି ଯାଇଥିଲେ?
  • ପୋଲିସକୁ ନଜଣାଇ ମୃତଦେହକୁ ଉଦ୍ଧାର କରି କାହିଁକି ଡାକ୍ତରଖାନାରେ ଭର୍ତି କଲେ?
  • ମଧ୍ୟାହ୍ନ ଭୋଜନ ପୂର୍ବରୁ ଆତ୍ମହତ୍ୟାକୁ କାହିଁକି ବାଛିଲେ?
  • ନା କୈାଣସି ପାରିପାର୍ଶ୍ବିକ ପରିସ୍ଥିତି ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କଲା?

ଏଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ଉଙ୍କି ମାରୁଛି । ଏପଟେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବ୍ଲକ ବିଜେପି ମହିଳା ମୋର୍ଚ୍ଚା ଶାଖା । ଶାଖାର ବହୁ ମହିଳା ଆଜି ଧର୍ମଶାଳା ଥାନାକୁ ଯାଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଏହି ଘଟଣାର ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ ଜାରି ରହିଥିବା ବେଳେ ଅପରାହ୍ନରେ ଘଟଣାସ୍ଥଳରେ କେନ୍ଦ୍ରାପଡାରୁ ସାଇଂଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.