ଟଙ୍କା ଲୋଭରେ ଲୁଟେରା ଭୁଲିଗଲା ବନ୍ଧୁକ, ସବକ ଶିଖାଇଲେ ମହିଳା କ୍ଲର୍କ ଦେଖନ୍ତୁ ଭିଡିଓ

କଣ ଆପଣ କେବେ କୌଣସି କ୍ଲର୍କକୁ ହାତରେ ବନ୍ଧୁକ ନେଇ ବ୍ୟାଙ୍କ ଲୁଟ ପାଇଁ ଆସିଥିବା ଜଣେ ଲୁଟେରାକୁ ଡ଼ରାଇବାର ଦୃଶ୍ୟ ଦେଖିଛନ୍ତି କି ? କିନ୍ତୁ ଏପରି ଘଟଣା ଘଟିଛି ଏବଂ ଏହାର ଭିଡିଓ ବର୍ତ୍ତମାନ ଭାଇରଲ ମଧ୍ୟ ହେଉଛି । ସୂଚନା ଅନୁଯାୟୀ କେଞ୍ଚୁକିର ପଡୁକାହରେ ଅବସ୍ଥିତ ଏକ ହୋଟେଲରେ ସୋମବାର ରାତିରେ ଚୋରି କରିବାକୁ ଆସିଥିବା ଜଣେ ବ୍ୟକ୍ତି କୋରି ଫିଲିପ୍ସଙ୍କୁ ମଙ୍ଗଳବାର ଗିରଫ କରାଯାଇଛି । ସୂଚନା ଅନୁଯାୟୀ ଏହି ଲୁଟେରାଙ୍କର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ଯେଉଁଥିରେ ସେ ପ୍ରଥମେ ବନ୍ଧୁକ ଦେଖାଇ ଜଣେ ମହିଳା କ୍ଲର୍କଙ୍କୁ ଡରାଉଥିବାର ଦେଖାଯାଇଛି । ଲୁଟେରା ଅଚାନକ ବନ୍ଧୁକ ଧରି ସାମ୍ନାକୁ ଆସିବାରୁ ମହିଳା ଜଣକ ଡରିଯାଉଛନ୍ତି ଓ ସବୁ ଟଙ୍କା ବାହାର କରି ଦେଇ ଦେଉଛନ୍ତି । ଏହି ସମୟରେ ଚୋରଟି ଏକ ବ୍ୟାଗରେ ଟଙ୍କା ଭରିବାକୁ ଯାଇ ବନ୍ଧୁକଟିକୁ କାଉଣ୍ଟର ଉପରେ ରଖି ଦେଇଛି ।
ସିସିଟିଭିରେ ଦେଖାଯାଇଛି ଯେ ମଉକା ପାଇ ମହିଳା ଜଣକ ବନ୍ଧୁକଟିକୁ ଉଠାଇ ବ୍ୟକ୍ତିଙ୍କୁ ଦେଖାଉଛନ୍ତି । ଯାହାଦ୍ୱାରା ଲୁଟେରା ଜଣକ ଭୟଭୀତ ହୋଇ ଦୌଡ଼ି ପଳାଉଛି କିନ୍ତୁ କିଛି ସମୟ ପରେ ତାଙ୍କୁ ଲାଗୁଛି ଯେ ମହିଳାଜଣକ ବନ୍ଧୁକ ଚଳାଇ ପାରିବେ ନାହିଁ ସେଥିପାଇଁ ସେ ପୁଣିଥରେ ଆସି ମହିଳାଙ୍କୁ ଧମକାଉଛନ୍ତି । କିନ୍ତୁ ଏଥର ମହିଳାଜଣକ ଲୁଟେରାକୁ ଆଟାକ କରିଦେଉଛନ୍ତି ଓ ଲୁଟେରା ଜଣକ ପ୍ରାଣ ବିକଳରେ ଦୌଡ଼ି ପଳାଉଛି ।
ଏହାସହ ପଢନ୍ତୁ ବାଘୁଣୀ ପାଇଁ ଲଢ଼ିଲେ ଦୁଇଭାଇ, ଲୋକ କହିଲେ ଏପରି.. ଦେଖନ୍ତୁ ଭିଡିଓ
ଏକ ସପ୍ତାହ ପୂର୍ବରୁ ସେୟାର କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ଏକଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ଜଣେ ସୋସିଆଲ ମିଡ଼ିଆ ୟୁଜର ଲେଖିଛନ୍ତି ଯେ ମୁଁ ଏହି ଭିଡ଼ିଓର ଅଡିଓ ଶୁଣିବାକୁ ଚାଁହୁଛି ଏବଂ ମହିଳା ଜଣଙ୍କର ଇଣ୍ଟରଭିୟୁ ଦେଖିବାକୁ ଚାଁହୁଛି । ପୋଲିସ ଲୁଟେରାକୁ ଚିହ୍ନଟ କରିବା ପାଇଁ ଏହି ଭିଡିଓ ରିଲିଜ କରିଥିଲେ ଏବଂ ସୂଚନା ଅନୁଯାୟୀ ତା ପରଦିନ ଲୁଟେରାକୁ ଗିରଫ କରାଯାଇଛି । ଏହାସହିତ ତା ର କାରରୁ ଲୁଟ କରିଥିବା ସମସ୍ତ ଜିନିଷ ମଧ୍ୟ ଜବତ କରିଛି ପୋଲିସ ।