ରାଜଧାନୀରେ ଲୁଟେରାକୁ ପିଟି ପିଟି ସ୍ଥାନୀୟ ଲୋକ କଲେ ହତ୍ୟା!

ଭୁବନେଶ୍ବର : ଚେନ ଲୁଟ ଉଦ୍ୟମ ବେଳେ ଲୁଟେରାକୁ ପିଟି ପିଟି ହତ୍ୟା କଲେ ସ୍ଥାନୀୟ ଲୋକ। ଭୁବନେଶ୍ୱର ଖଣ୍ଡଗିରି ଥାନା ଏଭଳି ଅଭାବନୀୟ ଘଟଣା ଘଟିଛି। ଅଭିଯୋଗ ଅନୁସାରେ ବାହାବଲପୁର ଅଞ୍ଚଳର ମୀନତି ସାହୁ ରବିବାର ସଂଧ୍ୟାରେ ବଜାରକୁ ଆସୁଥିବା ବେଳେ ସରକନ୍ତରା ଅଞ୍ଚଳର ଜ୍ୟୋତି ରଞ୍ଜନ ବଳିଆର ସିଂ ଓ ତାଙ୍କର ଜଣେ ସାଥୀ ଏକ ନମ୍ବର ବିହୀନ ମୋଟର ସାଇକେଲରେ ଆସି ଚେନ ଲୁଟ ଉଦ୍ୟମ କରିଥିଲେ। ଏହି ସମୟରେ ମୀନତି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଜ୍ୟୋତିରଂଜନଙ୍କୁ କାବୁ କରିବା ସହ ନିର୍ଦ୍ଧୁମ ମାଡ ମାରିଥିଲେ।

murder

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜ୍ୟୋତିଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଜ୍ୟୋତି ରଞ୍ଜନଙ୍କୁ ଘରୁ ଡାକି ନେଇ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।