ଟଙ୍କା ଦିଅ ରକ୍ତ ନିଅ : ଦଲାଲଙ୍କ ଜାଲରେ ଫସୁଛନ୍ତି ରୋଗୀ

ନବରଙ୍ଗପୁର : ଏମିତି କି ସମୟ ଆସିଲା ଶେଷକୁ ରକ୍ତ ଦେବାନେବାରେ ମଧ୍ୟ ଦଲାଲି ଆରମ୍ଭ ହୋଇଗଲା। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀମାନେ ଏପରି ଅଭିଯୋଗ କରିଛନ୍ତି। ହସପିଟାଲର କିଛି ତଳିଆ କର୍ମଚାରୀ ଏବଂ ଦଲାଲ ମିଶି ଏହି ଏହି ନେଟୱାର୍କ ଚଳାଇଥିବା ଜଣାପଡିଛି।

ଅଭିଯୋଗ ଅନୁଯାୟୀ, କୋଷାଗୁମୁଡା ବ୍ଲକ ଘୋଡାଧନୁଆ ଗାଁର ଦଶମତୀ ହରିଜନ ରକ୍ତହୀନତାର ଶୀକାର ହୋଇ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଡାକ୍ତର ୫ ୟୁନିଟ୍ ରକ୍ତ ପାଇଁ ପରାମର୍ଶ ଦେଇଥିଲେ। ତେବେ ରକ୍ତଭଣ୍ଡାରରେ ରକ୍ତ ନମିଳିବାରୁ ହସପିଟାଲର ଦୁଇ ଜଣ ତଳିଆ କର୍ମଚାରୀ ରକ୍ତ ଦଲାଲଙ୍କୁ ଧରି ହସପିଟାଲରେ ପହଞ୍ଚିଥିଲେ। ପରେ ୫ହଜାର ଟଙ୍କା ନେଇ ରକ୍ତ ଦେଇଥିଲେ। ସେପଟେ ହସପିଟାଲର ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତର କହିଛନ୍ତି।