କ୍ଯାନ୍ସର ସହ ଲଢ଼ୁଥିବା ଇରଫାନ ପାଲଟିବେ ଶହୀଦ ଉଦ୍ଧମ ସିଂ

କ୍ୟାନ୍ସର ରୋଗର ଚିକିତ୍ସା ପରେ ଇରଫାନ ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ସୁଜିତ ସରକାରଙ୍କର ଆଗାମୀ ଫିଲ୍ମ ସରଦାର ଉଦ୍ଧମ ସିଂଙ୍କ ବାୟୋପିକ ଦ୍ବାରା କ୍ୟାମେରା ସାମନାକୁ ପୁର୍ନବାର ନଜର ଆସିପାରନ୍ତି। କିଛିଦିନ ତଳେ ଲଣ୍ଡନରେ ସୁଜିତ ଇରଫାନଙ୍କୁ ଭେଟିଥିଲେ। ଦୁହିଁଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ପୂର୍ବରୁ କଥାବାର୍ତ୍ତା ଚାଲୁ ରହିଥିଲା ବୋଲି ସୂଚନା ମିଳିଛି।

ଜଣାଇବାକୁ ଚାହିଁବୁ ଇରଫାନ ଏହି ବାୟୋପିକ କରିବାକୁ ଏବେ  ଛନ୍ତି। ହେଲେ ଏହା ମଧ୍ୟରେ ସୁଜିତଙ୍କ ଦ୍ବାରା ’ପିକୁ’ ଫିଲ୍ମର ଯୋଜନା ହେବା କାରଣରୁ ଏହାକୁ ସ୍ତଗିତ ରଖିଥିଲେ। ଫିଲ୍ମ ପିକୁରେ ଇରଫାନ ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋଣଙ୍କ ସହିତ ଅଭିନୟ କରିଥିଲେ। ଶହୀଦ ଉଦ୍ଧମ ସିଂଙ୍କ ଏହି ବାୟୋପିକର ଶୁଟିଙ୍ଗ ୨୦୧୯ରେ ପ୍ରଥମ ତିନି ମାସ ମଧ୍ୟରେ ଆରମ୍ଭ ହୋଇପାରେ।

ସୂଚନା ଅନୁଯାୟୀ ଇରଫାନ ଆଗାମୀ ବର୍ଷ ଆରମ୍ଭରେ ଭାରତ ଆସିବେ ଏବଂ ଏହି ଫିଲ୍ମ ଦ୍ବାରା ପୁର୍ନବାର ନିଜର କ୍ୟାରିୟର ଆରମ୍ଭ କରିବେ। ସରଦାର ଉଦ୍ଧମ ସିଂ ଗଣତନ୍ତ୍ର ଭାରତରେ ଗଦର ପାର୍ଟିର ସଦସ୍ୟ ଥିଲେ। ସେ ୧୯୧୯ରେ ଜଲିୟାନାୱାଲାବାଗରେ ନରସଂହାରର ଆଦେଶ ଦେଇଥିବା ଜେନେରାଲ ଡାୟଲଙ୍କୁ ଲଣ୍ଡନରେ ଗୁଳିକରି ପ୍ରତିଷୋଧ ନେଇଥିଲେ।

Leave A Reply

Your email address will not be published.