Below header

ଭୁବନେଶ୍ବର: ସିଜୁଆରୁ ଛେଳି ଚୋରି ଅଭିଯୋଗ, ଉଦ୍ଧାର କରାଗଲା କିଛି ଆହତ ଛେଳି

ଭୁବନେଶ୍ବର: ପିପୁଲ ଫର ଆନିମଲ ଆଣ୍ଡ ଧ୍ୟାନ ଫାଉଣ୍ଡେସନ ଭୁବନେଶ୍ଵରର ଏମ୍ସ ନିକଟବର୍ତ୍ତୀ ସିଜୁଆ ଅଞ୍ଚଳରୁ ଗଭୀର ଆହତ ହୋଇଥିବା ଛେଳି ଉଦ୍ଧାର କରିଛନ୍ତି । ପଶୁ ଚୋରାଚାଲାଣକାରୀ ମାନେ କିଛି ଦିନ ହେବ ଏହି ଅଞ୍ଚଳରେ ଆତଙ୍କ ଖେଲାଇଛନ୍ତି । ଆଖପାଖ ଅଞ୍ଚଳରେ ପାଳନ କରାଯାଉଥିବା ଗାଈ, ଛେଳି, ମଇଁଷି ଇତ୍ୟାଦି ପଶୁ ମାନଙ୍କୁ ଚାଲାଣ ଉଦ୍ଦେଶ୍ୟରେ ଲଗାତାର ଆକ୍ରମଣ କରୁଛନ୍ତି । ତେବେ ଗତକାଲି ରାତିରେ ସ୍ଥାନୀୟ ଅଂଚଳରେ ଲାଇନ କାଟିବାର ସୁଯୋଗ ନେଇ ସେମାନେ କିଛି ଛେଳିଙ୍କୁ ଉଠାଇ ନେବାକୁ ଚେଷ୍ଟା କରିଥିଲେ । ଆତତାୟୀ ମାନେ ଗୋଟେ ବଡ଼ ଛେଳିକୁ ଉଠାଇ ନେବାରେ ସକ୍ଷମ ହୋଇଥିବା ବେଳେ ଘଟଣାରେ ଆଉ କେତେକ ଛେଳି ଗଭୀର ଭାବେ ଆହତ ହୋଇଛନ୍ତି । ତେବେ ଏ ବାବଦରେ ଖଣ୍ଡଗିରି ଥାନାରେ ପିପୁଲ ଫର ଆନିମଲ ସଂଗଠନ ତରଫରୁ ଏକ ମାମଲା ରୁଜୁ କରାଯାଇଛି । ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ଆତଙ୍କ ଛାଇ ରହିଥିବା ବେଳେ ବାରମ୍ବାର ଏପରି ଘଟୁଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.