Below header

ଏହି ସ୍ଥାନରେ ମାତା ସୀତା ନେଇଥିଲେ ଭୂ-ସମାଧି! ଏବେ ନିର୍ମାଣ ହେବ ଭବ୍ୟ ମନ୍ଦିର

ଉତ୍ତରାଖଣ୍ଡର ଫଲସ୍ୱାଡି ଗାଁରେ ନିର୍ମାଣ କରାଯିବ ମାତା ସୀତାଙ୍କର ଏକ ଭବ୍ୟ ମନ୍ଦିର। ଏଠାକାର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ଵତ ଏହି ଘୋଷଣା କରିଛନ୍ତି। ପୌଡିରେ ଆୟୋଜିତ ଶରଦୋତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ରାଓ୍ଵତ କହିଥିଲେ ଯେ ପୌଡିର ବିକାଶ ପାଇଁ ଏଠାରେ ଖୁବ୍‌ଶୀଘ୍ର ମାତା ସୀତାଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯିବ।

sita4

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଏଠାରେ ସୀତାଙ୍କ ମନ୍ଦିର ତିଆରି ହେଲେ, ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତାଙ୍କ ପ୍ରତି ଆସ୍ଥା ରଖୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁ ଫଲସ୍ୱାଡି ଗାଁ ନିହାତି ରୂପେ ଆସିବାକୁ ଚାହିଁବେ। ଏହାଛଡ଼ା ଶ୍ରଦ୍ଧାଳୁମାନେ ଏହି ସ୍ଥାନ ବି ଦେଖିପାରିବେ, ଯେଉଁଠି ମାତା ସୀତା ଭୂ-ସମାଧି ନେଇଥିଲେ।

sita5

ମନ୍ଦିର ନିର୍ମାଣ ପାଇଁ ଏହି ଅଞ୍ଚଳର ପ୍ରତ୍ୟେକ ଗାଁ ଏବଂ ପ୍ରତ୍ୟେକଙ୍କ ଘରୁ ଏକ ଶିଳ, ଏକ ମୁଠା ମାଟି ଏବଂ ୧୧ ଟଙ୍କା ଦାନ ସ୍ୱରୂପ ନିଆଯିବ। ସିଏମ୍‌ଙ୍କ ଅନୁସାରେ, ଏଥିପାଇଁ ଖୁବ୍‌ଶୀଘ୍ର ଶୋଭାଯାତ୍ରାର ଆୟୋଜନ କରାଯିବ। ମୁଖ୍ୟମନ୍ତ୍ରୀ ନିଜେ ଦେବ ପ୍ରୟାଗରୁ ଯାତ୍ରା ଆରମ୍ଭ କରିବେ।

sita11

ଅନ୍ୟପକ୍ଷରେ ମାତା ସୀତା କେଉଁଠି ସମାଧି ନେଇଥିଲେ, ଯଦିଓ ତାହାକୁ ନେଇ ବିଭିନ୍ନ ସ୍ଥାନର ବର୍ଣ୍ଣନା ରହିଛି। କିନ୍ତୁ କିଛି ପୌରାଣିକ କଥା ଅନୁସାରେ, ମାତା ସୀତା ଉତ୍ତର ପ୍ରଦେଶର ସନ୍ଥ କବୀର ନଗର ଜିଲା ଗଙ୍ଗାନଦୀ କୂଳରେ ଏକ ସ୍ଥାନରେ ସମାଧି ନେଇଥିଲେ। ସେପଟେ ଟିଭି ଧାରାବାହିକ ‘ରାମାୟଣ’ ଅନୁସାରେ, ମାତା ସୀତା ଅଯୋଧ୍ୟାରେ ହିଁ ସମାଧି ନେଇଥିଲେ। ତେବେ ଏହା ବି କହିବା ମୁସ୍କିଲ ଯେ ମାତା ସୀତା ଫଲସ୍ୱାଡିରେ ଗାଁରେ ସମାଧି ନେଇଛନ୍ତି କି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.