ମୋବାଇଲ୍‌ ନମ୍ବରରେ ଡାଏଲ୍‌ କରି ରାଜଧାନୀରେ ପାଆନ୍ତୁ ବାହାଘର ଓ ଅନ୍ତ୍ୟେଷ୍ଟି ପାଇଁ ଅନୁମତି

ଭୁବନେଶ୍ୱର (କେନ୍ୟୁଜ୍‌) : ଲକଡାଉନ୍‌ ସମୟରେ ଯେମିତି ରାଜଧାନୀ ବାସିନ୍ଦା ଅସୁବିଧାରେ ନପଡ଼ନ୍ତି ସେଥିପ୍ରତି ପୁଣି ଦୃଷ୍ଟି ଦେଇଛି କମିଶନରେଟ୍‌ ପୋଲିସ୍‌ । ଭୁବନେଶ୍ୱରରେ ବାହାଘର ଓ ଅନ୍ତ୍ୟେଷ୍ଟି କ୍ରିୟା ଅନୁମତି ପାଇଁ ଫୋନ୍‌ ନମ୍ବର ଜାରି କରିଛି କମିଶନରେଟ ପୋଲିସ । ଏଥିପାଇଁ ଆଉ ଥାନାକୁ ଯିବାକୁ ପଡ଼ିବ ନାହିଁ । ଅନୁମତି ପାଇଁ ୧୦୦ (100)କୁ ଡାଏଲ୍‌ କରିବାକୁ ହେବ । ନଚେତ ୮୧୪୪୨୦୭୧୦୦ (8144207100) ମୋବାଇଲ୍‌ ନମ୍ବର କଲ୍‌ କରିପାରିବେ । ହ୍ଵାଟ୍ସଆପରେ ମିଳି ପାରିବ ଅନୁମତି ପତ୍ର । ଆଜି ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.