ପ୍ରତିଦିନ କ୍ଷୀରରେ ଏକ ଚାମଚ ଘିଅ ମିଶାଇ ପିଇବାଦ୍ୱାରା ଶରୀର ରହିଥାଏ ସୁସ୍ଥ

ପ୍ରତିଦିନ ଆମେ ଏମିତି କିଛି ଖାଇବା ଉଚିତ ଯାହା ଆମ ଶରୀରକୁ ଉପଯୁକ୍ତ ମାତ୍ରାରେ ଶକ୍ତି ଯୋଗାଉଥିବ । ସୁସ୍ଥ ରହିବା ଏକ ପ୍ରକ୍ରିୟା ହୋଇଥାଏ । ତେଣୁ କୌଣସି ବ୍ୟକ୍ତି ଗୋଟିଏ ଦିନରେ ସୁସ୍ଥ ହେବେ ନାହିଁ । ଯଦି ଆପଣ ପ୍ରତିଦିନ କ୍ଷୀର ପିଉଛନ୍ତି ତେବେ ଆପଣଙ୍କୁ ଉପଯୁକ୍ତ ମାତ୍ରାରେ କ୍ୟାଲସିୟମ ମିଳିବା ସହ ହାଡ ମଧ୍ୟ ମଜବୁତ ରହିଥାଏ । କ୍ଷୀରର ପଜିଟିଭ ସାଇଡକୁ ବଢ଼ାଇବା ପାଇଁ ଏଥିରେ ଆପଣ ଅଲଗା ଜିନିଷ ମଧ୍ୟ ମିଶାଇ ପାରିବେ । ରାତିରେ ଶୋଇବା ପୂର୍ବରୁ ଆପଣ କ୍ଷୀରରେ ଏକ ଚାମଜ ଘିଅ ମିଶାଇ ପିଇପାରିବେ । ଯାହାଦ୍ୱାରା ଆପଣଙ୍କୁ ଅନେକ ଫାଇଦା ମିଳିବ । ଚାଲନ୍ତୁ ଜାଣିବା ସେ ସଂପର୍କରେ ।

ମେଟାବୋଲିଜିମ ବଢ଼ାଇଥାଏ:

ଏକ ଗ୍ଲାସ କ୍ଷୀରରେ ଆପଣ ଏକ ଚାମଚ ଘିଅ ମିଶାଇ ପିଇବା ଦ୍ୱାରା ଆପଣଙ୍କ ଶରୀରରେ ମେଟାବୋଲିଜିମ ବଢ଼ି ଯାଇଥାଏ । ଏହାସହ ପାଚନ ତନ୍ତ୍ର ପ୍ରକ୍ରିୟା ଠିକ ରୂପେ କାର୍ଯ୍ୟ କରିଥାଏ ।

ମୁହଁ ଗ୍ଲୋ କରିଥାଏ:

କ୍ଷୀର ସହ ଘିଅ ମିଶାଇ ପିଇବା ଦ୍ୱାରା ଏହା ତ୍ୱଚାକୁ ଗ୍ଲୋ କରିଥାଏ । ଏହା ପ୍ରାକୃତିକ ମୟୋଶ୍ଚରାଇଜର ହୋଇଥାଏ । ଯାହା ତ୍ୱଚାକୁ ସୁସ୍ଥ ରଖିଥାଏ।

ହଜମ ପ୍ରକ୍ରିୟା ଠିକ ରଖେ:

କ୍ଷୀରରେ ଘିଅ ମିଶାଇ ପିଇଲେ ପାଚନ ଶକ୍ତି ବୃଦ୍ଧି ପାଇଥାଏ । ଏହା ସରଳ ଖାଦ୍ୟ ପଦାର୍ଥରେ ଥିବା ଜଟିଳ ଖାଦ୍ୟକୁ ଭାଙ୍ଗିଥାଏ । ଯାହା ହଜମ କରିବାରେ ସାହାଯ୍ୟ କରିଥାଏ ।

ଭଲ ନିଦ୍ରା ହୋଇଥାଏ:

ରାତିରେ ଶୋଇବା ଆଗରୁ କ୍ଷୀରରେ ଘିଅ ମିଶାଇ ପିଇବା ଦ୍ୱାରା ଆପଣଙ୍କୁ ମାନସିକ ଅଶାନ୍ତି ଦୂର ହୋଇଥାଏ । ଏହାସହ ମୁଡ୍ ଆପଣଙ୍କର ଫ୍ରେଶ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.