ବ୍ରିଟେନରେ ୨୫୦୦ କୋଟି ନିବେଶ କରିବ ସିରମ ଇନଷ୍ଟିଚ୍ୟୁଟ, ପ୍ରସ୍ତୁତ କରିବ ଭ୍ୟାକ୍ସିନ

ଭାରତ ଓ ବ୍ରିଟେନ ମଧ୍ୟରେ ହେବାକୁ ଥିବା ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତୀୟ କମ୍ପାନୀଗୁଡ଼ିକ ଦ୍ୱାରା ୧ ବିଲିୟନ ପାଉଣ୍ଡ ନିବେଶ କରାଯିବା ସମ୍ବନ୍ଧରେ ଘୋଷଣା କରିଛନ୍ତି, ଯେଉଁଥିରେ ବ୍ରିଟେନରେ ୬୫୦୦ ଲୋକଙ୍କ ପାଇଁ ଚାକିରିର ଅବସର ସୃଷ୍ଟି ହେବ।

ଏହି ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟରେ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(SII) ସବୁଠାରୁ ଅଧିକ ୨୪ କୋଟି ପାଉଣ୍ଡ(ପାଖାପାଖି ୨୫୦୦ କୋଟି ଟଙ୍କା) ବ୍ରିଟେନରେ ନିବେଶ କରିବାର ଡିଲ କରିଛି। ଏହି ନିବେଶ ପଛରେ SII ର ଉଦ୍ଦେଶ୍ୟ ହେଉଛି, ବ୍ରିଟେନରେ କମ୍ପାନୀର ଭ୍ୟାକ୍ସିନ ବିଜନେସକୁ ବଢାଇବା ଏବଂ ସେଠାରେ ଏକ ନୂଆ ସେଲସ ଅଫିସ ଖୋଲିବା। ଏ ନେଇ ଏକ ଅଫିସିଆଲ ବୟାନରେ ସୂଚନା ଦିଆଯାଇଛି।

କମ୍ପାନୀ କହିଛି, ଆଶା ରହିଛି କି, ସେଲସ ଅଫିସ ଜରିଆରେ ଆମେ ନିଜର ନୂଆ କାରବାରକୁ ୧ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚାଇ ପାରିବା, ଯାହାର ନିବେଶ ବ୍ରିଟେନରେ କରାଯିବ। ବ୍ରିଟେନରେ ସିରମ ଯେଉଁ ନିବେଶ କରିବ, ତାହା ମାଧ୍ୟମରେ ସେଠାରେ ଭ୍ୟାକ୍ସିନ ନିର୍ମାଣର ସମ୍ଭାବନା, କ୍ଲିନିକାଲ ପରୀକ୍ଷଣ, ରିସର୍ଚ୍ଚ ଏବଂ ଏହାର ବିକାଶରେ ସହାୟତା ମିଳିବ। ସୂଚନାଥାଉ କି, ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଭ୍ୟାକ୍ସିନ ନିର୍ମାଣ କରୁଥିବା ଦୁନିଆର ସବୁଠାରୁ ବଡ଼ କମ୍ପାନୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.