ଷାଠିଏ ବର୍ଷ ବୟସ୍କ ଶାଗ ବିକାଳି ମହେନ୍ଦ୍ର ବଢ଼େଇ ଓ ଡେଲାଙ୍ଗ ତହସିଲଦାର

ପିପିଲି (କେନ୍ୟୁଜ୍‌): ସମୟ ଅପରାହ୍ନ ୧୧ଟା । ଡହ ଡହ ଖରା। ଲୋକ ପ୍ରୟତଃ ବଜାର ଛାଡି ସାରିଲେଣି। ହଠାତ୍ ଏହି ସମୟରେ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ବଢେଇ ଲକଡାଉନ ସ୍ଥିତି ତଦାରଖ କରିବାକୁ ପହଞ୍ଚି ଥିଲେ। ଏହି ସମୟରେ ଜନୈକ ୬୦ ବର୍ଷର ବୃଦ୍ଧ ଖରାରେ ବସି ଖଡା ଶାଗ ବିକ୍ରି କରୁଥିଲେ। ହେଲେ ଗରାଖ କେହି ନାହାନ୍ତି। ତହସିଲଦାର ମହେନ୍ଦ୍ର ବଢେଇ ପହଁଚି ମଉସା ଘରକୁ ଯିବନାହିଁ ପଚାରି ଥିଲେ। ବୃଦ୍ଧ ଜଣକ ଥର ଥର ଗଳାରେ କହିଥିଲେ ଘର କେମିତି ଚାଲିବ ସରିଗଲେ ଚାଲିଯିବି।

ତହସିଲଦାର ମହେନ୍ଦ୍ର ବଢେଇ କହିଥିଲେ ଲୋକମାନେ ସବୁ ଗଲେଣି କଣ କରିବ। ବୃଦ୍ଧ ଜଣକ ଚୁପ ରହିଥିଲେ। ତହସିଲଦାର ପଚାରିଲେ କେତେ ଟଙ୍କା ହେବ ସବୁ ଶାଗ ତକ। ବୃଦ୍ଧ ଜଣକ ଶାଗ ଗଣି କହିଥିଲେ ୪୦ ଟଙ୍କା। ବୃଦ୍ଧ ଜଣକ କିଛି ବୁଝିବା ଆଗରୁ ତହସିଲଦାର ପକେଟରୁ ୧୦୦ ଟଙ୍କା କାଢି ବୃଦ୍ଧ ଜଣଙ୍କୁ ଦେବା ସହିତ ଶାଗ କିଣି ନେଇଥିଲେ। ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.