ଅଜଗର ଆମ ଝିଅ ! ସେ ଗର୍ଭବତୀ ଅଛି, ଆମେ ତା ଦାୟିତ୍ୱ ନେବୁ…

ଖୋର୍ଦ୍ଧା (କେ ନ୍ୟୁଜ): ସାପ ଦେଖିଲେ ସାଧାରଣ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଥାଏ। ବିଶେଷ କରି ଅଜଗର ସାପ। କିନ୍ତୁ ଲୋକମାନେ ଏହି ଅଜଗର ସାପ କୁ ବର୍ତ୍ତମାନ ସୁରକ୍ଷା ଦେଇଛନ୍ତି। ସେଥିରେ ଚନ୍ଦକା ବନ ଵିଭାଗ ମଧ୍ୟ ସହାୟତା କରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ନିକଟସ୍ଥ ଚନ୍ଦକା ରେଞ୍ଜ ଅଧିନସ୍ଥ ଗଡ଼ ନିଆଲ ଗ୍ରାମରେ। ଏହି ଗାଁ ପାଖରେ ଏକ ଜଙ୍ଗଲରେ ଗୋଟେ ବିରାଟ ଅଜଗର ସାପକୁ ଦେଖି କିଛି ସ୍ଥାନୀୟ ଗ୍ରାମବାସୀ ଚନ୍ଦକା ରେଞ୍ଜରଙ୍କୁ ଖବର ଦେଇଥିଲେ। ରେଞ୍ଜର ସ୍ନେକ ହେଲ୍ପ ଲାଇନକୁ ଖବର ଦେବାପରେ ସେମାନେ ଆସି ପହଂଚିଥିଲେ | ସ୍ନେକ ହେଲ୍ପ

ଲାଇନର ମୁଖ୍ୟ ଶୁଭେନ୍ଦୁ ମାଲିକଙ୍କ ସୂଚନା ଦେଇଥିଲେ କି ବର୍ତ୍ତମାନ ସାପଙ୍କ ଅଣ୍ଡା ଦେବା ସମୟ । ତେଣୁ ସାପ ର କ୍ଷତି ନ କରି ସୁରକ୍ଷା ବ୍ୟବସ୍ଥା କରିବା ଉଚିତ । ପରେ ଯାଞ୍ଚରୁ ଜଣା ପଡିଥିଲାଯେ ଅଜଗରଟି ବି ଗର୍ଭବତୀ ଅଛି | ପରାମର୍ଶ ପାଇବା ପରେ ଚନ୍ଦକା ରେଞ୍ଜର ତୁରନ୍ତ ଗ୍ରାମବାସୀଙ୍କ ସହାୟତାରେ ପୂରା ଅଞ୍ଚଳକୁ ଘେରବାନ୍ଧି କରି ରଖିଛନ୍ତି । ଅଜଗର ଛୁଆ ଫୁଟିଲା ପର୍ଯ୍ୟନ୍ତ ଏହି ସୁରକ୍ଷା ବଲବତ୍ତର ଆଉ ସେମାନେ ସଂପୂର୍ଣ୍ଣ ଦାୟିତ୍ୱ ନେବେ ବୋଲି କହିଛନ୍ତି |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.